ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ବିଶିଷ୍ଟ କବି “କବି କଳହଂସ ଗୋପାଳକୃଷ୍ଣ”ଙ୍କ ଜୟନ୍ତୀ ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଭକ୍ତି ସଙ୍ଗୀତ ସଂସଦର ମିଳିତ ସହଯୋଗରେ ଅନୁଷ୍ଠାନର ସଭାପତି ଶ୍ରୀ ବସନ୍ତ ଦାସଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି।
ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ଶ୍ରୀ କୃଷ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଜିତେନ୍ଦ୍ରନାଥ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର ମୁଖ୍ୟବକ୍ତା , ଗଜପତି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ସମ୍ମାନନୀୟ ଅତିଥି ଓ ଭକ୍ତି ସଙ୍ଗୀତ ସଂସଦର କାର୍ଯ୍ୟକାରୀ ସଭାପତି ଇ.ତୀର୍ଥବାସୀ ପଣ୍ଡା , ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ସମସ୍ତ ଅତିଥି ଏହି ଯୋଗଜନ୍ମା ପୁରୁଷଙ୍କର ସ୍ମୃତି ଚାରଣ କରିବା ସହ ତାଙ୍କ ଦ୍ଵାରା ରଚିତ ଓଡିଶୀ ସଙ୍ଗୀତ ବହୁଳ ଭାବରେ ଆଦୃତ ହୋଇଥିବା ପ୍ରକାଶ କରିଥିଲେ। କାର୍ଯ୍ୟକାରୀ ସଭାପତି ଇଂ.ତୀର୍ଥବାସୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡିଶୀ ନୃତ୍ଯାଙ୍ଗନା ଡି.ପ୍ରିୟଙ୍କାଙ୍କ ନୃତ୍ଯ ନିଦ୍ଦେର୍ଶନାରେ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର କଳାକାର ମାନଙ୍କ ଦ୍ବାରା କବି ଗୋପାଳକୃଷ୍ଣଙ୍କ ରଚିତ ଗୀତରେ ସୁନ୍ଦର ନୃତ୍ଯ ପରିବେଷଣ କରିଥିଲେ। ପରେ ଗୋପାଳକୃଷ୍ଣ ପଦ୍ଯାବଳୀର ଗୀତଗୁଡିକ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ଗୁରୁ ପଣ୍ଡିତ ରଘୁନାଥ ପାତ୍ରଙ୍କ ସ୍ବର ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷିତ ହୋଇଥିଲା।
ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ଗୁରୁ ମାଧବ ପାତ୍ର ଓ ତବଲା ବାଦକ ଶ୍ରୀ ତ୍ରିଲୋଚନ ପଣ୍ଡାଙ୍କ ସହଯୋଗରେ କଣ୍ଠଶିଳ୍ପୀ ଶ୍ରୀମାନ ଆଶୁତୋଷ ମିଶ୍ର , ଅନ୍ୱେଷା ରଥ , ଅମୃତା ପୁରୋହିତ , ସ୍ପନ୍ଦନା ପଣ୍ଡା , ମୟୂକ୍ଷୀ ମିଶ୍ର , ଶୁଭଶ୍ରୀ ନାୟକ ଓ ପ୍ରିୟାଂଶୀ ମହାପାତ୍ର ଓ ଅନ୍ଯାନ୍ଯ ଛାତ୍ରଛାତ୍ରୀମାନେ ଗୋପାଳକୃଷ୍ଣଙ୍କ ରଚିତ ଓଡିଶୀ ସଙ୍ଗୀତ ପରିବେଷଣ କରିଥିଲେ।
ଇଂ.ଗିରିଜା ଶଙ୍କର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ରଥ , ସ୍ନିଗ୍ଧାରାଣୀ ମିଶ୍ର , ରାମଚନ୍ଦ୍ର ମିଶ୍ର ଓ ସରୋଜ କୁମାର ପଣ୍ଡା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.