-
ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ
-
ସୃଷ୍ଟି କରୁଛି ଆଧ୍ୟାତ୍ମିକ ଭାବଧାରା, ବାଂଟୁଛି ଓଡିଆ ଅସ୍ମିତାର ବାର୍ତ୍ତା
-
ଅତୀତର ଶ୍ରୀଜଗନ୍ନାଥ ମନ୍ଦିରର ଫଟୋ ଓ ଭିଡିଓ ଦେଖି ଦର୍ଶକ ବିମୁଗ୍ଧ
ପୁରୀ/ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତିର ଅନାଲୋଚିତ ଅଧ୍ୟାୟ ଏବଂ ଓଡିଆ ଅସ୍ମିତାକୁ ବିଶ୍ୱଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସ୍ଥାନୀୟ ଭୋଳାନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ପରିସରରେ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛିା ଏଠାରେ ୧୭୦୦ ମସିହାରୁ ଅଦ୍ୟାବଧି ଶ୍ରୀମନ୍ଦିରର ବହୁ ବିରଳ ଓ ଦୁର୍ଲ୍ଲଭ ଫଟୋଚିତ୍ର, ପେଣ୍ଟିଂ ଓ ତାଳପତ୍ର ଖୋଦେଇ ଫଟୋ ବୋର୍ଡଗୁଡିକ ଅତି ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶନ କରାଯାଇଛିା ସେହିପରି, ପ୍ରତି ପ୍ରଦର୍ଶନୀ ବୋର୍ଡରେ ସ୍ଥାନିତ ଫଟୋ ସହିତ ଉତ୍ତମ ସାମଞ୍ଜସ୍ୟ ରଖି ପୁରାତନ ରଚନାରୁ ଉର୍ଦ୍ଧୃତ କବିତା ପଂକ୍ତିଗୁଡିକ ଓଡିଆ ଅସ୍ମିତାର ଭାବଧାରାକୁ ପୁନର୍ଜୀବିତ କରୁଛିା ଯେପରିକି “ସେ କମ୍ବୁ କଟକ ରାଜା ନାମ ଜଗନ୍ନାଥ, ଚଉବର୍ଣ୍ଣେ ଚାରିବର୍ଗ ଦେବାକୁ ସମର୍ଥ’, “ଓଡ୍ର ରାଷ୍ଟ୍ରରେ ନୀଳଗିରି, ଯହିଁ ବିଜୟେ ନରହରି, ଜଗତ ଈଶ୍ୱର ଠାକୁର, ଲୀଳାଏ ନାନା ଅବତାର’, “ନାଥ ତୋ କ୍ଷେତ୍ରେ ସାନବଡ ନାହିଁ, ବ୍ରାହ୍ମଣ ଚାଣ୍ଡାଳ ଯେ ସରି ଦୁଇ’, “ସେତ ଅନୁପମ ଜଗନ୍ନାଥ ଧାମ, ନାହିଁ ତହିଁ ଜାତି ଭେଦ ଧରମ, ଶବର ଚାଣ୍ଡାଳ ବ୍ରାହ୍ମଣ ପାମର, ନୀଳାଦ୍ରୀନାଥଙ୍କ ପ୍ରିୟ ସନ୍ତାନ’, “ଭାରତେ ଉତ୍କଳ ଦେଶେ, ଭୂସ୍ୱର୍ଗେ ପୁରୁଷୋତ୍ତମେ, ଦାରୁରୂପୀ ଜଗନ୍ନାଥୋ, ଭକ୍ତାନାଂ ଅଭୟ ପ୍ରଦଃ’, “ଦକ୍ଷିଣ ସାଗର ତୀରେ, ବିରାଜିତ ଶଙ୍ଖ କ୍ଷେତ୍ର ପୁରୀ, ବଇକୁଣ୍ଠ ପୁର ତେଜି, ଏ ମରତେ ବୈକୁଣ୍ଠ ବିହାରୀ’ ପରିି ବହୁ ଦୁର୍ଲ୍ଲଭ ପୁରାତନ ରଚନାର କବିତା ପଂକ୍ତିଗୁଡିକ ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ବୈଭବମୟ ଓଡିଆ ସାହିତ୍ୟକୁ ମଧ୍ୟ ଲୋକଲୋଚନକୁ ଆଣିପାରିଛିା ସେହିପରି ଏଠାରେ ସ୍ଥାପିତ ଭିଡିଓ-ଓ୍ୱାଲରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ପ୍ରସ୍ତୁତ ଆଧ୍ୟାତ୍ମିକ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ଓଡିଆ କଣ୍ଠ ଶିଳ୍ପୀମାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଭକ୍ତିଭାବ ସମ୍ବଳିତ ସଂସ୍କୃତ ଶ୍ଳୋକ ଓ ଓଡିଆ ଗୀତ ସହିତ ଚଳିତ ରଥଯାତ୍ରା ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଜାରୀ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ସୂଚନାଗୁଡିକ ପ୍ରଦର୍ଶିତ ହେଉଛିା