୭ମ ନିଯୁକ୍ତି ମେଳାରେ ବିଭିନ୍ନ କମ୍ପାନୀ ଦ୍ୱାରା ୮୮୧ ଜଣଙ୍କୁ ନିଯୁକ୍ତି –

0

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲା ପ୍ରଶାସନ ଓ ରାଜ୍ୟ ନିଯୁକ୍ତି ମିଶନର ମିଳିତ ଆୟୋଜନ କ୍ରମେ ବାରିପଦା ଉପଖଣ୍ଡସ୍ଥିତ ବାରିପଦା, ଶାମାଖୁଣ୍ଟା, ବଡ଼ସାହି, ବେତନଟୀ, ମୋରଡ଼ା, ରାସଗୋବିନ୍ଦପୁର, ଶୁଳିଆପଦା, କୁଳିଅଣା, ବାଙ୍ଗିରିପୋଷି, ସାରସକଣା, ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକ ସହିତ ବାରିପଦା ପୌରପରିଷଦ ଅଧୀନରେ ୧୮ରୁ ୩୫ ବର୍ଷ ବୟସ ମଧ୍ୟରେ ରହିଥିବା ପଞ୍ଚମ ଶ୍ରେଣୀରୁ ବିଏ ଏବଂ ଆଇଟିଆଇ, ଡ଼ିପ୍ଲୋମା(ମେକାନିକାଲ) ପାଶ କରିଥିବା ଯୁବକ ଯୁବତୀମାନଙ୍କୁ ନିଯୁକ୍ତିର ସୁବିଧା ଯୋଗାଇ ଦେବା ନିମନ୍ତେ ୭ମ ନିଯୁକ୍ତି ମେଳା ୧୪/୧୨/୨୦୧୮ ବାରିପଦା ଛଉପଡ଼ିଆ ପରିସରରେ ଆୟୋଜିତ ହୋଇଥିଲା । ଉକ୍ତ ମେଳାରେ ଭୂବନେଶ୍ୱର, ରାଜସ୍ଥାନ, ବେଙ୍ଗୁଲୁରୁ, ଚେନ୍ନାଇ ଓ କୋଲକାତା ଆଦି ରାଜ୍ୟରୁ ୨୩ଟି କମ୍ପାନୀ ଯୋଗ ଦେଇ ସ୍ପଟ୍ ସିଲେକସନ ମାଧ୍ୟମରେ ସାକ୍ଷାତକାର ଦେବାକୁ ଆସିଥିବା ମୋଟ ୨୭୪୭ ଜଣ ପ୍ରାର୍ଥୀ, ପ୍ରାର୍ଥିନୀମାନଙ୍କ ମଧ୍ୟରୁ ୮୮୧ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଉକ୍ତ ନିଯୁକ୍ତି ମେଳା ମାଧ୍ୟମରେ ଚୟନ କରାଯାଇଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କୁ ଓଡ଼ିଶା ତଥା ରାଜ୍ୟ ବାହାରେ ନିଯୁକ୍ତି ମିଳିପାରିଛି । କମ୍ପାନୀମାନଙ୍କ ଦ୍ୱାରା ପ୍ରଦତ୍ତ ନିଯୁକ୍ତି ପତ୍ରରେ ଉଲ୍ଲେଖ ରହିଥିବା ଜଏନିଂ ତାରିଖ ଅନୁସାରେ ସେମାନେ ନିଜ ନିଜର କର୍ମସ୍ଥଳିଗୁଡ଼ିକରେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟରେ ଯୋଗ ଦେବାକୁ ଉଲ୍ଲେଖ ରହିଅଛି । ଏଥି ସହିତ ଓଡ଼ିଶା ଦକ୍ଷତା ବିକାଶ ମିଶନ ଦ୍ୱାରା ଅନୁବନ୍ଧିତ ନିଯୁକ୍ତି ପ୍ରଦାନକାରୀ ୧୪ଟି ସଂସ୍ଥା ପକ୍ଷରୁ ୬୩୧ ଜଣ ପ୍ରାର୍ଥୀ/ପ୍ରାର୍ଥିନୀମାନଙ୍କୁ ତାଲିମ ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ ପରେ ସେମାନଙ୍କୁ ସିଧାସଳଖ ଭାବେ ନିଯୁକ୍ତି ପ୍ରଦାନ କରାଯିବ । ଏହା ବ୍ୟତୀତ ଏସବିଆଇ ଲାଇଫ ପକ୍ଷରୁ ୧୯୦ ଜଣ ଓ ଏଲଆଇସି ପକ୍ଷରୁ ୩୨ ଜଣଙ୍କୁ  ବୀମା କମ୍ପାନୀର ଏଜେଣ୍ଟ ଭାବେ ଚୟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ସଭାପତି ସୁଜାତା ମୁର୍ମୁ, ସମ୍ମାନୀତ ଅତିଥି ଭାବେ ବାରିପଦା ପିଏଆଇଟିଡ଼ିଏ ବିଜନ କୁମାର ଥମ୍ବ, କପ୍ତିପଦା ପିଏଆଇଟିଡ଼ିଏ ବିଧାନ ଚନ୍ଦ୍ର ରାୟ, ସିପ୍ର ପିଡ଼ି ଆର୍ଆର୍ ବିବେକାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତା ମୟୀ ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନା, ନିୟୋଜନ ଅଧିକାରୀ ବିଜୟ କୁମାର ପାତ୍ର ପ୍ରରମ୍ଭିକ ସୂଚନା ଓ ତକତପୁର ଆଇଆଇଟିର ଅଧ୍ୟକ୍ଷ ଶୁଭଙ୍କର ଦାସ ଧନ୍ୟବାଦ ପ୍ରଦାନ ଏବଂ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । 

Leave A Reply

Your email address will not be published.