ପାଇକମାଳ ପ୍ରେକ୍ଷ୍ୟାଳୟ ରେ ସମ୍ପୂର୍ଣ୍ଣତା ଅଭିଯାନ ଅନୁଷ୍ଠିତ।

5

ପଦ୍ମପୁର :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ପ୍ରେକ୍ଷ୍ୟାଳୟ ରେ ବରଗଡ ଜିଲ୍ଲାର “ସମ୍ପୂର୍ଣ୍ଣତା ଅଭିଯାନ” ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ଜୁଲାଇ ୪ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା କାର୍ଯ୍ୟକ୍ରମକୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଉଦ୍ଘାଟନ କରିଥିଲେ। ପଞ୍ଚାୟତ ସମିତି ପକ୍ଷରୁ ସକାଳେ ପ୍ରଭାତ ଫେରି ଓ ଗଣଦୌଡ କାର୍ଯ୍ୟକ୍ରମରେ ୨୫୫ ଜଣ ସ୍କୁଲ ଛାତ୍ରଛାତ୍ରୀ, ଆଶା କର୍ମୀ,ସ୍ଵୟଂସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି ସହାୟକ ଓ ସମସ୍ତ ବିଭାଗର କର୍ମଚାରୀ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ଏ ଡି ମ୍ ଚୌହାନ କୁନାଲ ମୋତିରାମ୍, ନୀତି ଆୟୋଗ ର ଏସ ଓ ସୁରେନ୍ଦ୍ର କୁମାର ପଟ୍ଟନାୟକ ମଞ୍ଚାସୀନ ଥିଲେ। ପ୍ରଧାମନ୍ତ୍ରୀଙ୍କର ୧୧୨ଟି ଜିଲ୍ଲା ଓ ୫୦୦ ଟି ବ୍ଲକ ମଧ୍ୟ ରେ ବରଗଡ ଜିଲ୍ଲା ଓ ପାଇକମାଳ ବ୍ଳକ୍ କୁ ଶତ ପ୍ରତିଶତ ଲକ୍ଷ୍ୟ ପୂରଣ କରିବାକୁ ବି ଡି ଓ ପ୍ରଫୁଲ୍ଲ କୁମାର ଓଦୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ଏସ ଟି , ଏସ ଟି ପୁସ୍ତକ ବଣ୍ଟନର ଶୁଭାରମ୍ଭ ସହ ଅନୁଷ୍ଠିତ ରଙ୍ଗୋଲି ଓ ଗଣଦୌଡ ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ବି ଇ ଓ ଚୁଡ଼ାମଣି ବାରିକ ଅଭିଯାନ ପରିଚାଳନା ଓ ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply

Your email address will not be published.