ପଦ୍ମପୁର :- ବରଗଡ ଜ଼ିଲ୍ଲା ବିଜେପୁର ଥାନା ଅଧିନସ୍ଥ ତାଳପଦର ମହାବିଦ୍ୟାଳୟ ର ପ୍ରାୟ ତିନିଶହ ମିଟର ଦୂରତ୍ୱ ରେ ବେଆନ ଭାବେ ଦେଶୀ ମଦ ବିକ୍ରିକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ଯ ପୋଲିସ ପ୍ରଶାସନ ନିରବଦଷ୍ଟା ସାଜିଥିବା ଯୋଗୁଁ ଗାଁ ର ଅନେକ ଶିକ୍ଷିତ ଯୁବକ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଏକ ସଭା ର ଆୟୋଜନ କରିଥିଲେ l ଏଥିରେ ଅନେକ ଗ୍ରାମ ଯଥା କନପୁରୀ ବାରଗୁଡା ଶ୍ରୀଗୀଡା ମୁଣ୍ଡମହୁଲ ନୂଆପାଲି ର ଶତାଧିକ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ l ସେଠାରେ ବିଜେପୁର ଥାନାଧିକାରୀ ଯୋଗାଯୋଗ କରିବାରୁ ସେ ପ୍ରତିଉତ୍ତର ରେ ଏ ପ୍ରସଙ୍ଗ ରେ କିଛି ଜାଣିନଥିବା ସଭାରେ ସୂଚନା ଦେଇଥିଲେ l ସଭାଉପରେ ସମସ୍ତେ ଅସନ୍ତୋଷ ପ୍ରକାଶକାରି ଆଗାମୀ ଦିନରେ ଯଦି ମଦବିକ୍ରି ହୁଏ ଓ ତାର କିଛି କାର୍ଯ୍ୟନୁଷ୍ଟାନ ନ ହୁଏ ତେବେ ଅତିଶୀଘ୍ର ଜ଼ିଲ୍ଲାପାଳ ତଥା SP ଙ୍କ ଦ୍ଵାରସ୍ତ ହେବେ ବୋଲି ସମସ୍ତେ ଶପଥ ଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.