ସାଇ ପବ୍ଲିକ ସ୍କୁଲ ର ବନ ମହୋତ୍ସବ ପାଳନ।

5

ବାସୁଦେବପୁର – ଆଜି ଗଛ ଟିଏ ଲଗାନ୍ତୁ ଆସନ୍ତା ସବୁ ଦିନ ଆରାମ ରେ ଖୁସିରେ ରୁହନ୍ତୁ, ଗଛ ଆମ ଜୀବନ କହିବା ସହ ବାସୁଦେବପୁର ବଜାର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ ସ୍ଥାନୀୟ ସାଇ ପବ୍ଲିକ ସ୍କୁଲ ବାସୁଦେବପୁର ର ପିଲା ମାନେ। ଶନିବାର ସକାଳ ସମୟ ରେ ଏକ ଶୋଭାଯାତ୍ରା ରେ ବିଦ୍ୟାଳୟ ରୁ ବାହାରି ବଜାର ପରିକ୍ରମା କରି ସ୍ଥାନୀୟ ନୀଳମଣି ମାର୍କେଟ କମ୍ପ୍ଲେକ୍ସ ପରିସର ରେ ଗୀତ ଓ ନୃତ୍ୟ ସହିତ ବୃକ୍ଷ ରୋପଣ ପାଇଁ ସଚେତନତା ସୃଷ୍ଟି  କାର୍ଯ୍ୟ କର୍ମ କରାଯାଇଥିଲା। ଏହି ଅବସର ରେ ବିଦ୍ୟାଳୟ ର ପ୍ରତିଷ୍ଠାତା ମୁରଲୀ ଧର ପାଣିଗ୍ରାହୀ ଉଦ୍ ଘାଟନ କରିଥିଲେ।ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୂମା ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ। ବିଦ୍ୟାଳୟ ର ଚେୟାରମ୍ୟାନ ସୁଜାତା ପାଣିଗ୍ରାହୀ, ନିର୍ଦ୍ଦେଶକ କୃପାସିନ୍ଧୁ ମହାନ୍ତି, ଅଧ୍ୟକ୍ଷ ତପନ ପାଢ଼ୀ ବୃକ୍ଷ ରୋପଣ ର ଆବଶ୍ୟକତା ଓ ପରିବେଶ ସନ୍ତୁଳନ ଏହାର ଆବଶ୍ୟକତା ଉପରେ ପିଲା ମାନଙ୍କୁ ଅବଗତ କରିଥିଲେ।

Leave A Reply

Your email address will not be published.