ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ପୁରାତନ ଅନୁଷ୍ଠାନ ଗୋପାଳକୃଷ୍ଣ ସ୍ମୃତି କଳାପରିଷଦ ଓ ଉତ୍କଳ ହିତୈଷିଣୀ ସମାଜ ର ମିଳିତ ଆନୁକୁଲ୍ୟରେ ଭକ୍ତକବି ଗୋପାଳକୃଷ୍ଣଙ୍କ ୨୪୧ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ରୀତି ଯୁଗର ବିଶିଷ୍ଟ ଗୀତିକବି , ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଓଡ଼ିଶାର ପଣ୍ଡିତ , ମୂର୍ଖ , ବୈଷ୍ଣବ , ଅବୈଷ୍ଣବ , ନିର୍ବିଶେଷରେ ଗୋପାଳକୃଷ୍ଣଙ୍କ ଜନପ୍ରିୟ ସଙ୍ଗୀତ ଗୁଡ଼ିକ ଓଡ଼ିଆ ଅସ୍ମିତା ର ସ୍ମାରକୀ ଦେଇ ଆସୁଛି ,ଏହି କାଲାଜୟୀ କବିଙ୍କର ଗୋପାଳକୃଷ୍ଣ ପଦ୍ୟାବଳୀ ବୋଲି ବକ୍ତାମାନେ କହିଥିଲେ।
ଆବାହକ ଡ.ଭୁବନେଶ୍ୱର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ କବିଙ୍କ ସ୍ବରଚିତ ଅମୃତ ସ୍ୱର୍ଗୀୟ ପ୍ରେମାନୁଭୂତି ୫ଗୋଟି ସଙ୍ଗୀତ ଗୁଡ଼ିକ ବିଶିଷ୍ଠ ଦୂରଦର୍ଶନ ଓ ଆକାଶବାଣୀ ସ୍ଵୀକୃତି ଲାଭ କରି ଥିବା କଣ୍ଠଶିଳ୍ପୀ ବାଲିଖାନା କୋମାଳାଙ୍ଗୀ ଏବଂ ଡ. ବିଦୁତ୍ ଶେଖର ମିଶ୍ର କଣ୍ଠ ଦାନ କରିଥିଲେ। ବ୍ରଜାନନ୍ଦ ପଟ୍ଟନାୟକ ଆହ୍ବାନ କରିଥିବାବେଳେ ଇଞ୍ଜିନିୟର ଶ୍ୱେତା ପଟ୍ଟନାୟକ ଅତିଥି ଆହ୍ବାନ ଓ ପରିଚୟ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ରୂପେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟବକ୍ତା ସରୋଜ କୁମାର ପଣ୍ଡା , ସମ୍ମାନିତ ଅତିଥି ରୂପେ ଡ.ନଳିନୀ ସାବତ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା।
ଛାତ୍ର ଛାତ୍ରୀ ମାନେ ତର୍କ , ସଙ୍ଗୀତ , ପ୍ରବନ୍ଧ , ଚିତ୍ରରେ ବିଜୟ ଲାଭ କରିଥିଲେ ସେମାନଙ୍କୁ ପ୍ରମାଣ ପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଅରକ୍ଷିତ ଜେନା ଧନ୍ୟବାଦ ଦେଇଥିଲେ।
ଶଶିଭୂଷଣ ପଟ୍ଟନାୟକ , ସ୍ନେହା ବେହେରା , ପିୟୁ ସ୍ୱାଇଁ , ପାୟଲ ପାତ୍ର , ବର୍ଷା ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post