୭ମ ପୁସ୍ତକ ମେଳା ଉଦଘାଟିତ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ବାରିପଦା ଛଉପଡ଼ିଆ ପରିସରରେ ବାରିପଦା ପୁସ୍ତକ ମେଳା କମିଟି ସଭାପତି ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି ୭ମ ପୁସ୍ତକ ମେଳା । କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉଦଘାଟକ ଭାବେ ଯୋଗ ଦେଇ ଆନୁଷ୍ଠାନିକ  ଭାବେ ପୁସ୍ତକ ମେଳାକୁ ଶୁଭ ଉଦଘାଟନ କରିବା ପରେ ସାମ୍ପ୍ରତିକ ପରିସ୍ଥିତିରେ ପୁସ୍ତକ ମେଳା ଆୟୋଜନର ଗୁରୁତ୍ୱ ତଥା ବ୍ୟକ୍ତିର ସାମଗ୍ରିକ ବିକାଶ ସାଧନ କ୍ଷେତ୍ରରେ ପୁସ୍ତକର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ସମାଜସେବୀ କଂଗ୍ରେସ ଭାଇ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଝାଡ଼ଖଣ୍ଡ ରାଜ୍ୟ ଷଢେ଼ଇକଳାର ସୁସାହିତ୍ୟିକ  ଅତନୁ କବି ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କମିଟିର ସମ୍ପାଦକ ଇଂ. ମନୋଜ ଦଳବେହେରା ସମ୍ପାଦକୀୟ ବିବରଣୀ ପାଠ, ପାର୍ବତୀ ବାରିକ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ  ଯୁଗ୍ମ ସମ୍ପାଦକ ବିଶଶ୍ୱେର ଦ୍ୱିବେଦୀ ଧନ୍ୟବାଦ ଅର୍ପଣ ଓ ଜୟନ୍ତ ଦ୍ୱାରୀ, ଅଜିତ କୁମାର କବାଟ, ଜାନକୀ ଜେନା, ସମରେନ୍ଦ୍ର କୁମାର ବସା, ଡ଼ଃ. ଦୀନବନ୍ଧୁ ଭଞ୍ଜ, ନରସିଂହ ବାରିକ, ଅମିତାଭ ମିଶ୍ର, ଗୋପାଳ ଚନ୍ଦ୍ର ସାଓ, ଦୀପକ କୁମାର ରାମ, ସୁପ୍ରତୀ ଦଳବେହେରା, କୈବଲ୍ୟ ପ୍ରସାଦ ମହାକୁଡ଼, ସଞ୍ଜୀବ ପାଣିଗ୍ରାହୀ, ଡ଼ଃ. ଶଶୀଧର ବିଶ୍ୱାଳ, ଉଷା ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । 

 

Leave A Reply

Your email address will not be published.