ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ନାମନଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦ୍ବୟ ଶ୍ରୀ ଭେଙ୍କେଟ ରମଣ ସାହୁକାର ଓ ଶ୍ରୀ ସୁରେଶ ଚନ୍ଦ୍ର ମହାଙ୍କୁଡ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।
ଅନୁଷ୍ଠିତ ବୈଠକ ରେ ଅତିରିକ୍ତ ଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାବାଜୀ ପ୍ରଧାନ , ଶ୍ରୀ ମଦନ ମୋହନ କଁଅର , ଅବସର ପ୍ରାପ୍ତ ଅତିରିକ୍ତ ଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କ୍ରିଷ୍ଣା ରାଓ , ଆଞ୍ଚଳିକ ସାଧନ ସଂଯୋଜକ ଶ୍ରୀ ୱାଇ.ଗଙ୍ଗାଧର , ଗୁମ୍ମା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ବରିଷ୍ଠ କାର୍ଯ୍ୟ ସହଯୋଗୀ (ବଡ଼ବାବୁ )ଶ୍ରୀ ମୁରଲୀଧର ବେହେରା , ବିଦ୍ୟାଳୟ ପରିଚାଳନା ଅଧ୍ୟକ୍ଷ ଶ୍ରୀ ଯାକୁବ ଜେନ୍ନା , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ହରିହର ଦାଶ , ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ହୋଇଥିଲେ।
ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ଓ ମଞ୍ଚସ୍ତ ଆସନ ରେ ଅତିଥି ମାନଙ୍କୁ ଆସନ ରେ ଅଳଙ୍କୃତ କରାଯାଇଥିଲା। ପ୍ରାରମ୍ଭିକ ସଂଗୀତ ଗାନ ପରେ ମଞ୍ଚାସୀନ ଅତିଥି , ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଭିଭାଷଣ ପ୍ରଦାନ କରିଥିଲେ। ଅବସର ପ୍ରାପ୍ତ ଶିକ୍ଷକ ଦ୍ବୟ ଙ୍କୁ ଉପଢୌକନ , ମାନପତ୍ର , ପୁଷ୍ପଗୁଚ୍ଛ ଓ ଉପହାର ଦେଇ ଭବ୍ୟ ସମ୍ମାନ କରାଯାଇଥିଲା। ସେମାନଙ୍କ ଅବଶିଷ୍ଟ ଚଲାପଥରେ ସର୍ବଦା କୁସୁମିତ, ସୁଖମୟ ହେଉ ବୋଲି ଉପସ୍ଥିତ ଅତିଥି ମାନେ କୃତଜ୍ଞତା ଜ୍ଞାପନ କରିଥିଲେ।
ପ୍ରଧାନ ଶିକ୍ଷକ ଶ୍ରୀ ହରିହର ଦାଶ ଉକ୍ତ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ କୁ ସୁଚାରୁରୂପେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.