ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଆଜି ( ଶୁକ୍ରବାର) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଟେବୁଲ ଟପ୍ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶ୍ରୀଯୁକ୍ତ ଏସ୍.ଆନନ୍ଦ , ବନଖଣ୍ଡ ଅଧିକାରୀ , ପାରଳାଖେମୁଣ୍ଡି , ଶ୍ରୀ କହ୍ନେୟା ଯୋଗୀ , ଡେପୁଟି କମାଣ୍ଡର ,ଏନ୍ ଡି ଆର୍ ଏଫ୍ ୩ୟ ବାଟାଲିୟନ ମୁଣ୍ଡଳୀ କଟକ , ଶ୍ରୀ ବୀରେନ୍ଦ୍ର କୁମାର ଦାସ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଓ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ଜିଲ୍ଲାପାଳ ଗଜପତି , ଶ୍ରୀ ସୁନୀଲ କୁମାର ମହାନ୍ତି , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଜପତି , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ କମଳକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଟେବୁଲ ଟପ୍ ଏକ୍ସରସାଇଜର ମୂଳ ଉଦ୍ଦେଶ୍ୟ ରହିଥିଲା ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ବନ୍ୟା , ବାତ୍ୟା , ଭୂସ୍ଖଳନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧରଣଙ୍କ ଧନ ଜୀବନକୁ କିପରି ରକ୍ଷା କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା।
ଗଜପତି ଜିଲ୍ଲାକୁ ବିପର୍ଯୟ ପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ , ବ୍ଲକ ସ୍ତରୀୟ ଓ ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀ ମାନଙ୍କର କାର୍ଯ୍ୟଦକ୍ଷତା ଏବଂ କୁଶଳତାକୁ ସଠିକ ଭାବେ କାର୍ଯ୍ୟକ୍ରମ କରାଇବା।
ଜିଲ୍ଳାର ସମସ୍ତ ବିଭାଗୀୟ ଅଧିକାରୀ ସମ୍ଭାବ୍ୟ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପୂର୍ବରୁ ଏହାର ମୁକାବିଲା କରିବା ପୂର୍ବରୁ ଏହାର ମୁକାବିଲା ପାଇଁ ବ୍ୟାପକ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବା ସହିତ ପ୍ରଭାବିତ ଜନସାଧରଣଙ୍କୁ ଖାଦ୍ୟ , ଔଷଧ , ପାନୀୟ ଜଳ , ଚୁଡ଼ା , ଗୁଡ଼ ମହଜୁଦ ରଖିବା ଓ ସଠିକ ଭାବରେ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହ ବିପର୍ଯ୍ୟୟ ସମୟରେ ସବୁ ବିଭାଗର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି। ଆସନ୍ତା କାଲି ସକାଳ ୧୦ ଘଟିକା ସମୟରେ କାଶୀନଗର ବ୍ଲକ୍ ସ୍ଥିତ ବଂଶଧାରା ନଦୀର ବନ୍ୟା ଜଳରେ ଉଦ୍ଧାର କାର୍ଯ୍ଯ କିପରି କରାଯାଇପାରିବ ସେ ସଂପର୍କରେ ଏନ୍ ଡି ଆର୍ ଏଫ୍ ଦଳ ମକ୍ ଡ୍ରିଲ କରାଯିବ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ଶତପଥି ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ।
ଏହି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଟେବୁଲ ଟପ୍ ଏକ୍ସରସାଇଜ ବୈଠକରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , ଏନ୍ ଡି ଆର୍ ଏଫ୍ ଦଳ , ଜିଲ୍ଲା ଅଗ୍ନିଶମ ଟିମ୍ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.