ପଦ୍ମପୁର:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ବନମହୋତ୍ସବ ପାଳନ ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଅଛି। ସଭା ପ୍ରାରମ୍ଭରେ ଶ୍ରୀ ପଣ୍ଡା ସଭାରେ ଉପସ୍ଥିତଥିବା ସମସ୍ତ ଅତିଥିବୃନ୍ଦଙ୍କୁ ସ୍ବାଗତ ଜଣାଇ ବୃକ୍ଷରୋପଣ ର ଉପକାରିତା ବିଷୟରେ ନିଜର ଅଭିଭାଷଣ ଦେଇ ସମସ୍ତଙ୍କୁ ପରିବେଶ ସୁରକ୍ଷା ପ୍ରତି ସଚେତନ କରାଇଥିଲେ। ଏହା ପରେ ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରକୃତିବନ୍ଧୁ ଶ୍ରୀ ମୀନକେତନ ସାହୁ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ସଭାରେ ଉପସ୍ଥିତଥିବା ସମସ୍ତଙ୍କୁ ବିଶ୍ଵ ତାପମାତ୍ରା ବୃଦ୍ଧି ଓ ଏହାର କାରଣ ଉପରେ ଉଦାହରଣ ସହିତ ବର୍ଣ୍ଣନା କରି ବୃକ୍ଷରୋପଣ କୁ ଏହାର ଏକ ମୁଖ୍ୟ ପ୍ରତିକାର ଭାବରେ ଉପସ୍ଥାପନ କରି ସମସ୍ତଙ୍କୁ ଏକ ଏକ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିଥିଲେ। ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଭିନ୍ନ ପରିବେଶ ସମ୍ପର୍କୀୟ ସମସ୍ୟାବଳୀ ଗୁଡ଼ିକ ବିଷୟରେ ବ୍ୟାଖ୍ୟା କରି ସମସ୍ତଙ୍କୁ ବୃକ୍ଷରୋପଣ ପାଇଁ ପ୍ରତିଜ୍ଞା ବଦ୍ଧ ହେବା ପାଇଁ ଉତ୍ସାହିତ କରିଥିଲେ। ଅଞ୍ଚଳ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସଭାରେ ଯୋଗ ଦେଇ ନିଜ ଅଭିଭାଷଣରେ ସମସ୍ତଙ୍କୁ ପରିବେଶ ପ୍ରଦୂଷଣ, ବିଶ୍ଵ ତାପମାତ୍ରା ବୃଦ୍ଧି, ଓଜୋନ ସ୍ତର ହ୍ରାସ ଇତ୍ୟାଦି ସମସ୍ୟାବଳୀ ଗୁଡ଼ିକ ବିଷୟରେ ଅବଗତ କରାଇ ବୃକ୍ଷ ରୋପଣ ପାଇଁ ଆହ୍ବାନ ଦେଇଥିଲେ। ସଭାର ଶେଷ ପର୍ଯ୍ୟାୟରେ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ ତରଫରୁ ପୁରସ୍କୃତ ହୋଇଥିବା ଅଞ୍ଚଳ ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ବରିହା ମହୋଦୟା ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ ଏବଂ ଶେଷରେ ପ୍ରାଧ୍ୟାପକ ଡଃ ସରୋଜ କୁମାର ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସମାଜସେବୀ ନିରୋଜ ଦୋରା ଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥିଲେ। ସଭା ସମାପ୍ତି ପରେ ଅଞ୍ଚଳ ମହାବିଦ୍ୟାଳୟର ଚାରି ପାଶ୍ୱର୍ରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସମସ୍ତ ଆମନ୍ତ୍ରିତ ଅତିଥି ବୃନ୍ଦ ବୃକ୍ଷ ରୋପଣ କରିଥିଲେ ଏବଂ ଏହା ପରେ ପରେ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମଧ୍ୟ ବୃକ୍ଷ ରୋପଣ ରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ଯକ୍ରମରେ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ୱିଙ୍ଗ, ଏନ୍. ସି. ସି. ୱିଙ୍ଗ, ଇକୋ କ୍ଲବ, ୟୁଥ୍ ରେଡ୍ କ୍ରସ୍ ର ସମସ୍ତ ସଦସ୍ୟବୃନ୍ଦ ବିଶିଷ୍ଟ ଭାବରେ ସହଯୋଗ କରି ଏହି କାର୍ଯ୍ଯକ୍ରମକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post