ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ୍ (ଶାସକ ପ୍ରଶାସକ )-ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବଡ ମହେଶ୍ୱର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ମଙ୍ଗଳବାର ଦିନ ଛାତ୍ର ମୃତ୍ୟୁ ଘଟଣାରେ ଶିଶୁ ସୁରକ୍ଷା ସମିତି ତରଫରୁ ତଦନ୍ତ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଳିୟାର ସିଂହ ସ୍କୁଲ ଆସି ତଦନ୍ତ କରିବା ସହ ମୃତକ ଛାତ୍ରଙ୍କ ବାପା ମାଁ ଙ୍କୁ ମଧ୍ୟ ଘଟଣା ବିଷୟରେ ପଚାରି ବୁଝିଛନ୍ତି। ସୂଚନା ଯୋଗ୍ୟ ଯେ ଉକ୍ତ ଦିନ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ସିଦ୍ଧାନ୍ତ 8ଖାଇ ଛୁଟିରେ ଖାଇ ସାରିଲା ପରେ ପେଟ ଦରଦ ହେଉଥିବା କହି ଘରକୁ ଯାଇ ଔଷଦ ଖାଇକି ଫେରି ଆସିବି ବୋଲି ଛୁଟି ମାଗିଥିଲେ ବୋଲି ପ୍ରଧାନ ଶିକ୍ଷକ ସୁଶିଲ ଚଲାନ କହିଛନ୍ତି । ସେଥିପାଇଁ ସେ ବହି ଖାତା ବେଗକୁ ନେଇନଥିଲେ । କିନ୍ତୁ ଛାତ୍ର ଜଣକ ସ୍କୁଲ ରୁ ପ୍ରାୟ ପଚାଶ ମିଟର ଗଲା ପରେ ସେ ପଡ଼ି ଯାଇଥିଲେ, ଖବର ପାଇ ସମସ୍ତ ଶିକ୍ଷକ ଯାଇ ଦେଖିଲା ବେଳକୁ ସେ ବିହୋସ ହୋଇ ପଡ଼ିଥିଲେ। ତାଙ୍କୁ ସ୍କୁଲ ଭିତରକୁ ନେଇ ସେବା ଶୁଶ୍ରୁଷା କରା ଯାଇଥିଲା। ପରେ ପରିବାର ଲୋକେ ଖବର ପାଇ ଆସିଥିଲେ ଓ ସମସ୍ତେ ଜୈନିକ ବ୍ୟକ୍ତିଙ୍କ ଗାଡ଼ିରେ ଖଡ଼ିଆଳ ସ୍ଥିତ ମିଶନ ହସ୍ପିଟାଲ ଆଣି ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଅମ୍ଳଜାନ ଓ ସାଲାଇନ୍ ଦେଇ ଚିକିତ୍ସା କରା ଯାଇଥିଲା କିନ୍ତୁ ଛାତ୍ର ଜଣଙ୍କ ବଞ୍ଚି ପାରି ନଥିଲେ। ପରେ ଖଡ଼ିଆଳ ପୁଲିସ ଶବ ଜବତ କରି ପୋଷ୍ଟ ମର୍ଟମ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏକମାତ୍ର ପୁଅ କୁ ହରାଇ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ସିଦ୍ଧାନ୍ତଙ୍କ ବାପା ଭରତ ଭୋଇ ଓ ମାଆ ସୁବର୍ଣୀ ଭୋଇ। ତିନିଟି ପୁଅ ପରେ ଏହି ପୁଅ ତାଙ୍କରି ଆଶା ଭରସା ଥିଲା। ଘଟଣାକୁ ନେଇ ସେମାନେ କୌଣସି କଥା ଜାଣି ନଥିବା କହିଛନ୍ତି ଓ ପୁଅ ବିହୋସ୍ ଥିବା ଖବର ପାଇ ବିଦ୍ୟାଳୟ ଯାଇଥିଲେ ଓ ପରେ ହସ୍ପିଟାଲ ଯାଇଥିବା କହିଛନ୍ତି। ତାଙ୍କୁ ସରକାରୀ କ୍ଷତିପୂରଣ ମିଳୁ ବୋଲି ସେମାନେ ଦାବି କରିଛନ୍ତି। ଅନ୍ୟ ପକ୍ଷରେ କୌଣସି ମତାମତ ଦେବାକୁ ମନା କରିଛନ୍ତି ଡି ସି ପି ଓ ଅନ୍ତର୍ଯ୍ୟାମୀ ବଳିୟାର ସିଂହ । ଜିଲ୍ଲାପାଳ ମତାମତ ଦେବେ ବୋଲି ସେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post