ସୋରଡ଼ା ଖୁଣ୍ଟେଶ୍ଵରି ପାହାଡ଼ ରେ ଓଲଟିଲା ଟୁରିଷ୍ଟ୍ ବସ୍

6

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }; ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଖୁଣ୍ଟେଶ୍ଵରି ପାହାଡ ରେ ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ୍ ଟ୍ରାଭେଲର୍ । ସେଥିରେ ଥିବା ଯାତ୍ରିଙ୍କ ମଧ୍ୟରୁ ୧୩ ଆହତ୍ । ଆହତ ଯାତ୍ରି ମାନେ ହେଲେ ପ୍ରଶାନ୍ତ କଲଙ୍କ, ମୋନାଲିସା ଘୋଷ, ସନ୍ତା ଘୋଷ , ପ୍ରୀତି ଘୋଷ, ସାୟନିକା ଡୁନ, ରବୀନ୍ଦ୍ର ନାଥ ଘୋଷ , କୋରାନିଆ କର୍ମା , ସମ୍ପା କର୍ମା। ସୂଚନା ମୁତାବକ ପଶ୍ଚିମ ବଙ୍ଗ ରୁ ୧୨ ଜଣ ଟୁରିଷ୍ଟ ବ୍ରହ୍ମପୁର ରୁ ଏକ ଟ୍ରାଭେଲର ଯୋଗେ ଦାରିଙ୍ଗବାଡି ବୁଲିବା ପାଇଁ ଆଜି ଜୁଲାଇ ମାସ ୫ ତାରିଖ ୨୦୨୪ ଶୁକ୍ରବାର ଦିନ ଆସିଥିଲେ । ଆଜି ମଧ୍ୟାହ୍ନ ସମୟରେ ସୋରଡ଼ା ରେ ଥିବା ଖୁଣ୍ଟେଶ୍ୱରି ପାହାଡ ଉପରକୁ ବୁଲିବା ପାଇଁ ଯାଇ ଫେରିବା ବେଳେ ଗାଡ଼ିର ବ୍ରେକ ଫେଲ ହୋଇଯାଇଥିଲା ଯାହାଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡିଥିଲା । ସୂଚନା ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ୧୦୮ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେମାନଙ୍କ ଭିତରୁ ୭ ଜଣଙ୍କୁ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.