ରାଜଭବନରେ ବନମହୋତ୍ସବ ପାଳିତ: ଚାରା ରୋପଣ କଲେ ରାଜ୍ୟପାଳ ।

6

ପ୍ରତ୍ୟେକ ବ୍ୟକ୍ତି ନିଜ ମା’ଙ୍କ ନାମରେ ଏକ ଚାରା ରୋପଣ କରି ଅଭିଯାନରେ ସାମିଲ୍ ହେବାକୁ ଜଣାଇଲେ ଆହ୍ୱାନ 

ଭୁବନେଶ୍ୱର-(ତା.୦୫/୦୭)- ରାଜଭବନରେ ବନମହୋତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ଆଜି ରାଜଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଚାରା ରୋପଣ କରିଛନ୍ତି । ରାଜ୍ୟପାଳ ଶ୍ରୀ ଦାସ ଚମ୍ପାଫୁଲ ଗଛର ଚାରା ରୋପଣ କରି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା “ଏକ ପେଡ଼୍ ମା କେ ନାମ୍” କାର୍ଯ୍ୟକ୍ରମକୁ ଆଧାର କରି ପ୍ରତ୍ୟେକ ବ୍ୟକ୍ତି ନିଜ ମା’ଙ୍କ ନାମରେ ଏକ ଚାରା ରୋପଣ କରି ଅଭିଯାନରେ ସାମିଲ୍ ହେବାକୁ ଆହ୍ୱାନ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ମୁଖ୍ୟ ଉପଦେଷ୍ଟା ସନ୍ତୋଷ କୁମାର ଶତପଥି, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଲେଖାନିୟନ୍ତ୍ରକ ଗୌତମ ଚୌଧୁରୀଙ୍କ ସମେତ ରାଜଭବନର ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ରାଜଭବନର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ବସନ୍ତ କୁମାର ପାଢ଼ୀ ଉତ୍ସବ ପରିଚାଳନା କରିଥିଲେ ।

Leave A Reply

Your email address will not be published.