ଦୂରଦର୍ଶନରେ ହେବ ପବିତ୍ର ଘୋଷଯାତ୍ରାର ସିଧା ପ୍ରସାରଣ

5

୯ ତାରିଖରେ ଆଡ଼ପମଣ୍ଡପ ବିଜେ, ୧୫ ତାରିଖରେ ବାହୁଡ଼ା ଯାତ୍ରା, ୧୬, ୧୭ ଏବଂ ୧୮ ତାରିଖରେ ଯଥାକ୍ରମେ ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେର ହେବ ସିଧାପ୍ରସାରଣ

ଭୁବନେଶ୍ୱର: ଚଳିତ ଜୁଲାଇ ୭ ତାରିଖ ରବିବାର ଦିନ ଶ୍ରୀଜୀଉମାନଙ୍କର ପବିତ୍ର ଘୋଷଯାତ୍ରା ଅବସରରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ଘୋଷଯାତ୍ରାର ସିଧାପ୍ରସାରଣ କରିବାର ବ୍ୟବସ୍ଥା କରିଛନ୍ତିା ଏଥିରେ ଉନ୍ନତ ମାନର ଅତ୍ୟାଧୁନିକ ପ୍ରସାରଣ ଉପକରଣ ଦ୍ୱାରା ହାଇ-ରିଜଲୁ୍ୟସନ୍ ଚିତ୍ରୋତ୍ତଳନର କରାଯାଇ ଅଗଣିତ ଦର୍ଶକମାନଙ୍କ ଦର୍ଶନ ନିମନ୍ତେ ନିରବଚ୍ଛିନ୍ନ ଭାବେ ପ୍ରସାରଣ କରାଯିବା ଏହା ଦ୍ୱାରା ଦର୍ଶନାଭିଳାଷୀ ଭକ୍ତମାନେ ଘୋଷଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ସ୍ପଷ୍ଟ ଭାବେ ଦେଖିପାରିବା ସହିତ ଭାବକୁ ମଧ୍ୟ ଅନୁଭବ କରିପାରିବୋ ଏଥିରେ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ବିଶାରଦ ତଥା ପ୍ରଖ୍ୟାତ ଭାଷ୍ୟକାରମାନଙ୍କର ପ୍ରଗଳ୍ଭ ଏବଂ ତାତ୍ତ୍ୱିକ ବିଶ୍ଳେଷଣାତ୍ମକ ବିବରଣୀ ଦର୍ଶକମାନଙ୍କ ନିକଟରେ ପରିବେଷଣ କରାଯିବା ବିଶେଷ କରି ଉଦ୍ଘୋଷକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ, ଡ. ମୃତୁ୍ୟଞ୍ଜୟ ରଥ, ପଦ୍ମନାଭ ତି୍ରପାଠୀ, ପଣ୍ଡିତ ମାତୃପ୍ରସାଦ ମିଶ୍ର, ଡ. କଲ୍ୟାଣୀ ନନ୍ଦୀ ଆଦି ଘୋଷଯାତ୍ରାର ଧାରା ବିବରଣୀ ପ୍ରଦାନ କରିବା ସହିତ ଦର୍ଶକମାନଙ୍କୁ ଭକ୍ତି ରସାମୃତରେ ଆହ୍ଲାଦିତ କରିବୋ ଡିଡି ଓଡ଼ିଆରେ ସିଧାପ୍ରସାରଣ ଜୁଲାଇ ୭ ତାରିଖ ଦିନ ସକାଳ ୯ଟାରୁ ଆରମ୍ଭ ହେବା ସହିତ ସକାଳ ୧୦ଟାରୁ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ଡିଡି ଭାରତୀରେ ପ୍ରସାରଣର ବ୍ୟବସ୍ଥା କରାଯାଉଛିା ଏହି ପ୍ରସାରଣ ଡିଡି ଓଡ଼ିଆ ଏବଂ ଡିଡି ନ୍ୟାସନାଲୟୁଟୁ୍ୟବ୍ ଚାନେଲ୍ରେ ସକାଳ ୯ଟାରୁ ଲାଇଭ୍ ଷ୍ଟି୍ରମିଙ୍ଗ୍ ମାଧ୍ୟମରେ ଉପଲବ୍ଧ ହେବା ଯେହେତୁ ନୀତି ଅନୁଯାୟୀ ଶ୍ରୀଜୀଉଙ୍କର ରଥଯାତ୍ରା ଏଥର ଦୁଇଦିନ ଧରି ଅନୁଷ୍ଠିତ ହେବ, ସେଥିପାଇଁ ୮ ତାରିଖ ଦିନ ମଧ୍ୟ ସକାଳ ୮.୩୦ରୁ ରଥଟଣାର ସିଧାପ୍ରସାରଣ କରାଯିବାର ମଧ୍ୟ ବ୍ୟବସ୍ଥା ହୋଇଛିା
ରାଜ୍ୟ ସରକାରଙ୍କ ଅଫିସିଆଲ୍ ପ୍ରସାରଣକାରୀ ଭାବେ ରଥଯାତ୍ରା ବ୍ୟତୀତ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ଯଥା ୯ ତାରିଖରେ ଆଡ଼ପମଣ୍ଡପ ବିଜେ, ୧୫ ତାରିଖରେ ବାହୁଡ଼ା ଯାତ୍ରା, ୧୬, ୧୭ ଏବଂ ୧୮ ତାରିଖରେ ଯଥାକ୍ରମେ ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେର ସିଧାପ୍ରସାରଣ ନିମନ୍ତେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛିା ଏହି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ତଥା ତତ୍ସମ୍ବନ୍ଧୀୟ ସିଧାପ୍ରସାରଣର ଅପୂର୍ବ ସୁଯୋଗ ଦୂରଦର୍ଶନ ମାଧ୍ୟମରେ ଲାଭ କରିବା ନିମନ୍ତେ କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ଦେବାଶିଷ ହାଲଦାର ଦର୍ଶକମାନଙ୍କୁ ଅନୁରୋଧ କରିଛନ୍ତିା

Leave A Reply

Your email address will not be published.