ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଗୁଣପୁରର ଯୁବ ବିଜେପି ନେତା କୀର୍ତ୍ତି ପଣ୍ଡା

6

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳ ର ଜଣେ ଯୁବ ବିଜେପି ନେତା କୀର୍ତ୍ତି କୁମାର ପଣ୍ଡା । ସେ ଜଣେ ବିଜେପି ର ବେଶ୍ ସକ୍ରିୟ କର୍ମୀ ବହୁ ବର୍ଷ ଧରି ରହିଆସିଛନ୍ତି ଦଳରେ । ତାଙ୍କ ମନ ଆଉ ଭାବନା ହେଉଛି ଅଞ୍ଚଳ ର ବିକାଶ କରିବା ଓ ସଙ୍ଗଠନ କୁ ସୁଦୃଢ କରିବା ହେଉଛି ତାଙ୍କ ଲକ୍ଷ୍ୟ। ବିଗତ ପୌର ପରିଷଦ ନିର୍ବାଚନ ରେ ସେ କାଉନସିଲର ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ କିଛି ଭୋଟ ବ୍ୟବଧାନରେ ସେ ପରାଜିତ ହେଲେ କିନ୍ତୁ ଦଳ ରୁ ନ ଓହରି ମନବଳ କୁ ଦୃଢ଼ କରି ଦଳ ଓ ସଙ୍ଗଠନ ପାଇଁ ଲାଗିପଡ଼ନ୍ତି। କୋଭିଡ ଭଳି ମହାମାରୀ ସମୟରେ ସେ ନିଜେ ଲୋକ ଙ୍କ ସେବ କରିବା ଦେଖିବାକୁ ମିଳୁଥିଲା। ପ୍ରାଥମିକତା ହେଉଛି ସମାଜ ସେବା କେତେବେଳେ ସ୍ଥାନୀୟ ମେଡିକାଲ ରେ ବ୍ଲଡ ଯୋଗାଇବା ହେଉ କି କାହାର ଭତ୍ତା ପାଇବା,ପାଣି ସମସ୍ୟା ବିଦ୍ୟୁତ୍ ସମସ୍ୟା, ଅଞ୍ଚଳ ରେ ରାସ୍ତା ଘାଟ ଇତ୍ୟାଦି ଉପରେ ବେଶ୍ ଗୁରୁତ୍ଵ ଦେଇ ଲାଗିପଡ଼ନ୍ତି। ରାଜ୍ୟରେ ବର୍ତ୍ତମାନ ବିଜେପି ସରକାର ଆସିଛି ତେଣୁ ସେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଭେଟି ଶୁଭେଛା ଜଣାଇଥିଲେ ଏବଂ ଅଞ୍ଚଳ ର ବିକାଶ ଓ ସଙ୍ଗଠନ କୁ ସୁଦୃଢ କରିବା ନେଇ ମତ ପ୍ରକାଶ ଦେଇଥିଲେ। ଶେଷରେ ମନ୍ତ୍ରୀ ସୁରେଶ ପୂଜାରୀ , ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କୁ ସାକ୍ଷାତ କରି ଫେରିଥିଲେ।

 

Leave A Reply

Your email address will not be published.