କୁଜଙ୍ଗ ରୁ ସୁଦର୍ଶନ ମଲ୍ଲ- ଆଜି କୁଜଙ୍ଗ ଥାନାର ସବ୍ ଇନ୍ସପେକ୍ଟର ବୀବେକା ନନ୍ଦ ସାହୁ କୁଜଙ୍ଗ ଥାନା ଅନ୍ତର୍ଗତ ବାଗୋଇ ଗ୍ରାମର ସରୋଜ କୁମାର ସ୍ୱାଇଁଙ୍କ ଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିବା ଜଣାପଡିଛି ଗିରଫ ପରେ ତାଙ୍କୁ ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ନିଜ ହିଫାଜତକୁ ନେଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ବାଗୋଇ ଗ୍ରାମର ସରୋଜ କୁମାର
ସ୍ବାଇଁଙ୍କର ପାରିବାରିକ କଳହକୁ ରଫା ଦଫା କରିବା ପାଇଁ ତାଙ୍କୁ ୮,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏପଟେ ସରୋଜ ଭିଜିଲାନ୍ସ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ଆଜି ସକାଳୁ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କର ଜାଲ ବିଛାଇ ଥିଲେ ଯାହାକି ବିବେକା ନନ୍ଦ ସାହୁ ଜାଣିପାରି ନଥିଲେ ଆଜି ସନ୍ଧ୍ୟାରେ ସରୋଜଙ୍କ ଠାରୁ ଲାଞ୍ଚ ନେଲା ପରେ ଜଗତସିଂହପୁର ଆଡ଼କୁ ନିଜ ମଟର ସାଇକେଲରେ ଯିବ ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ପିଛା କରି ଷଣ୍ଢପୁର ଗଡା ଠାରେ ଗିରଫ କରିଥିଲେ । ଗିରଫ କରିବା ପରେ କଟକ ଭିଜିଲାନ୍ସ ପିଏସ କେସ ନଂ – ୧୭ ଆଇପିସି ଧରା ୭ ପିସି (ସଂଶୋଧନ) ଅନୁସାରେ ତଦନ୍ତ ଜାରି ରଖିଛି ଘଟଣାରୁ ପ୍ରକାଶ ଯେ ଅତୀତରେ ନାଉଗାଁ ଥାନାରେ ଥିଲା ବେଳେ ମଦ ପିଇବା ଭାଇରାଲ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post