ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ବନାଞ୍ଚଳ ରେ ବାଘ ଆତଙ୍କ ଥିବାରୁ ଘୁମୁସରି ଗୋପାଳକ ଭୟଭୀତ ଓ ଆତଙ୍କିତ କାରଣରୁ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଶେଖର ମହାନ୍ତି ଙ୍କୁ ଆଜି ଗୁରୁବାର ଜୁଲାଇ ୪ ତାରିଖ ୨୦୨୪ ଦିନ ଘୁମୁସରି ଗୋପାଳକ ସମିତି ତରଫରୁ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ଏବଂ ଏହି ବିଷୟରେ ମଧ୍ୟ ବନଖଣ୍ଡ ଅଧିକାରୀ ନିଜର ମନ୍ତବ୍ୟ ବୟାନ କରିଥିଲେ।
ଘୁମୁସର ବନାଞ୍ଚଳ ଉତ୍ତର ଓ ଦକ୍ଷିଣ ସପ୍ତାହ ବନାଞ୍ଚଳରେ ବାଘ ଆକ୍ରମଣ କରି ବିଗତ ୩ ମାସ ମଧ୍ୟରେ ପ୍ରାୟ ୨୦ ଗାଈ ଗୋରୁକୁ ଖାଇ ମାରି ପକାଇଲାଣି। ବନ ବିଭାଗର ଟ୍ରାପ୍ କ୍ୟାମେରାରେ ଧରା ନପଡିବା ବନ ବିଭାଗର ମୁଣ୍ଡ ବ୍ୟଥା ର କାରଣ ସହ ଘୁମୁସର ଗୋପାଳ ଗୋପାଳିକା ଭୟଭୀତ ର କାରଣ ହୋଇଛି। ତାଙ୍କ ନିଜ ଗାଈଗୋଠ କେଉଠି ରଖିବେ ଏବେ ପ୍ରଶ୍ନବାଚୀ ।ଗାଈ କୁହ୍ନାର ସାଧାରଣ ଜଙ୍ଗଲ ତଳି ଅଞ୍ଚଳରେ ଗୌଡ ରଖିଥାନ୍ତି ଓ ବର୍ଷସାର ଖୋଲା ଆକାଶରେ ରଖିଥାନ୍ତି। ଘୁମୁସରୀ ସମିତି ଜିଲ୍ଲାପାଳ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପାଖକୁ ଗୁହାଳ ଓ ଖୋଲା ଖଳା ପାଇଁ ଦଉଡି ଦଉଡି ନିୟାନ୍ତ ହେଲେଣି । କିନ୍ତୁ ସବୁ ଆଦେଶ କେବଳ କାଗଜ କଲମରେ ରହିଗଲା । ବର୍ତ୍ତମାନ ବାଘ ଚଡକ ଆସିବା ଦ୍ଵାରା ଗୋପାଳକ ଦିନରାତି ଏକ କରି ଜଗୁଛନ୍ତି ନିଜ ଜିବିକା ଜିବନର ଜନ୍ତୁ ଙ୍କୁ। ବିଶେଷ କରି ବାଘ ରାତ୍ରରେ ଆକ୍ରମଣ କରୁଥିବାରୁ ଗୋପାଳକ ନିଜଜୀବନ କୁ ବାଜି ଲଗାଇ ସାରା ପରିବାର ରାତ୍ର ସାରI ବାଡି ଲଣ୍ଠଣ ଧରି ଉଜାଗର ରହି ଭଗବାନ ଭରସାରେ ନିଜ ଗାଈ ଗୋଠ ଜଗି ବସୂ ଅଛନ୍ତି ।ଯାହା ସମଗ୍ର ଘୁମୁସର ଅଞ୍ଚଳ ଭୟଭୀତ ବାରମ୍ବାର ଅଭିଯୋଗ କଲେ ବନ ବିଭାଗ ଅଧିକାରୀ ବିଳମ୍ବରେ ଶୁଣିବା, ହେଲ୍ପଲାଇନ ନମ୍ବର ନଲାଗିବା ଦ୍ଵାରା ଘୁମୁସରୀ ସମତିର ସଭ୍ୟ ମାନଙ୍କ ମନରେ ଆକ୍ରୋଶ ଦେଖିବାକୁ ମିଳିଛି I ଜଙ୍ଗଲରେ ଖାଦ୍ୟ ଅଭାବ, ବାସ ଅଭାବ , ଜଳ ଅଭାବ ସହ ବିଭାଗୀୟ ସ୍କ୍ୱାର୍ଡ ପଇଁତରା ଦୁର୍ବଳ କୁ ନେଇ ଘୁମୁସରୀ ଗୋପଳ ସମିତି ୩ ଜଣିଆ ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ଵରେ ପIଣ୍ଡା ଗୌଡ ଓ ପାଣ୍ଡବ ଗୌଡ ଘୁମୁସର ଉତ୍ତର ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଶେଖର ମହାନ୍ତିଙ୍କୁ ଦାବୀ ପତ୍ର ଦେଇଛନ୍ତି I ଉପରୋକ୍ତ ଦାବୀ ପୂରଣ ସହ ଗାଈଗୋଠ ଗୁଡିକ ସୋଲାର ଲ୍ୟାମ୍ପ ସ୍ଥାପନ, ଗାଙ୍ଗପୁର, ସିଂହମର୍ଦ୍ଧନ, କ୍ଷେତ୍ରୀୟବରପୁର, କୁମୁଣ୍ଡି, କଳସୁତା, ଲଣ୍ଡାଜୁଆଳି, ବୁଢାକେନ୍ଦୁ, ବୋରୀ, ଝାଡବନ୍ଧ, ଦିଗୀ, ଶିଙ୍ଘିପୁର,କେସରI,କଇଠିଆ,ରଙ୍ଗାବାଲି ମସାଣିବାଘ,ମୁନିଗାଡି, ଗୁଣ୍ଡିରିବାଡି, ଦରରଲୁଣ୍ଡା,ଦୁମକୁମ୍ପା,ଡହ,ବାଇବାଲି, ସମରବନ୍ଧ,ଦରରଲୁଣ୍ଡା, ବୁଦୁଲୁ ଆଦି ଅଞ୍ଚଳରେ ବ୍ୟପାକ ସଚେତନ,୨୪ଘଣ୍ଟିଆ ପେଟ୍ରୋଲିଂ, ବାହାର ଅଭିଙ୍ଗସମ୍ପର୍ଣ ଅଧିକାରୀ ନିୟୋଜନ ପାଇଁ ଅଭିଯୋଗ କରିବା ସହିତ ସବୁ କାର୍ଯ୍ୟକ୍ରମରେ ସମିତି ଅଂଶଦାରି ଶୁନିଶ୍ଚିତ କରିବା ଦାବୀ ରଖିଥିଲେ I ଡି.ଏଫ୍ .ଓ ବନ ବିଭାଗ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୪ ରେ କୌଣସି ମନୁଷ୍ୟ ବନ୍ୟଜନ୍ତୁ ଦ୍ଵାରା ମୃତ ହେଲେ ୬ଲକ୍ଷ, ସ୍ଥାୟୀ ଅକର୍ମଣ୍ୟ ହେଲେ ଦେଡଲକ୍ଷ ,ଅସ୍ଥାୟୀ ଅକର୍ମଣ୍ୟହେଲେ ୧୦ହଜାର ଦେବା ବ୍ୟବସ୍ଥା କରାଯାଇଅଛି ଓ ହୃଷ୍ଟପୃଷ୍ଟ ଗାଈଗୋରୁ ଓ ମଇଁଷି ଶିକାରରେ ମୃତ୍ୟହେଲେ ୩୭ହଜାର ୫୦୦ ଟଙ୍କା ଅନୁଦାନ ରାସୀ ୨୪ଘଣ୍ଟାରେ ଦିଆଯାଇଅଛି ସମିତିର ସବୁ ଦାବୀ ମାନିବା ପ୍ରତିଶୃତି ଦେଇଛନ୍ତି ଓ ଉପରିସ୍ଥ ବିଭାଗୀୟ ପାଖକୁ ଅଧିକ ସହାୟତା ପାଇଁ ସୁପାରିଶ କରିବା ଓ ଓରିଡା ସହାୟତାରେ ଗାଈଗୋଠ ଗୁଡିକ ସୋଲାର ଲାମ୍ପ ସ୍ଥାପନ ଅତିଶୀଘ୍ର କରାଯିବା ଡି.ଏଫ.ଓ ମହାନ୍ତି କହିଛନ୍ତି I ମାଲତୀ,ହାତିଗୁଣ୍ଡା, ମାଛଖାଇପଲି,କୁମIରସୁଣୀ, କଇଠିଆ ମୁଣ୍ଡିଆ ବିଭନ୍ନ ପାହାଡରୁ ଆସି ବିରାଟ ବାଘ ରାତ୍ରରେ ଗାଈ, ବାଛୁରୀ, ମଇଁଷି,ଛେଳିମେଣ୍ଡା କୁ ଆକ୍ରମଣ କରୁଅଛି ଓ ଶୀକାର କରିବା ପାଇଁ ବାରମ୍ବାର ଗାଈ ମେଳ,ଗୋଠ ଓ ଗୁହାଳକୁ ସନ୍ଧ୍ୟା, ରାତ୍ର ରେ ଆକ୍ରମଣ କରୁଛି। ଜାତୀୟ ପଶୁ ବାଘ ଜାତୀୟ ପ୍ରାଣୀ ଘୁମୁସରୀ ଗାଈକୁ ଆକ୍ରମଣ କରିବା ଘୁମୁସରବାସୀଙ୍କ ବଡ ଆହ୍ଵାନ ବୋଲି ସମିତି ଅନୁଭବ କରିଅଛି I