ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଏନ୍ଏସିର ଗୁରୂତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ନଗରପାଳ ଫିରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ତାଙ୍କୁ ନଗରପାଳ ଶ୍ରୀ ସେଠୀଙ୍କ ସମେତ ଉପନଗରପାଳ ଟି ବବିତା କୁମାରୀ ଏବଂ ସମସ୍ତ କାଉନସିଲର୍ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ I ଆଜି 12 ଘଣ୍ଟା 30 ମିନଟ୍ ଠାରୁ ଦୁଇଟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା I ଏଥିରେ ମୁଖ୍ୟତଃ ବେଲଗୁଣ୍ଠାରେ ସ୍ଵଚ୍ଛତା ବଜାୟ ରଖିବା ଏବଂ ମେଡିକାଲ୍ ର ଡ଼ାକ୍ତର ଅଭାବ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା I ବେଲଗୁଣ୍ଠା ମେଡିକାଲ୍ ରେ ଡ଼ାକ୍ତର ନଥିବାରୁ ଏହା ଏକ ରେଫରାଲ୍ ମେଡିକାଲ୍ ରେ ପରିଣତ ହୋଇଛି ବୋଲି ସଦସ୍ୟ ମାନେ ଉଦ୍ବେଗ ପ୍ରକାଶ କରିବା ସହିତ ଏହାର ସମାଧାନ ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ଏହା ସହିତ ଅସ୍ଥିଶଲ୍ୟ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ନିହାତି ଆବଶ୍ଯକ ବୋଲି ସଦସ୍ୟ ମାନେ ପ୍ରକାଶ କରିଥିଲେ I ଏନେଇ ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଧାୟକ ଶ୍ରୀ ବିଷୋୟୀ ପ୍ରତିଶୃ୍ତି ଦେଇଥିଲେ I ବେଲଗୁଣ୍ଠା ଏକ ମନ୍ଦିର ମାଳିନୀ ସହର ହୋଇଥିବା ବେଳେ ଏହାର ସମସ୍ତ ମନ୍ଦିରକୁ ସରସ ଓ ସୁନ୍ଦର କରାଯିବା ସହିତ ସେଗୁଡିକର ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଧାୟକ ପ୍ରତିଶୃ୍ତି ଦେଇଥିଲେ I ଏହା ସହିତ ବେଲଗୁଣ୍ଠା ବସ୍ ଷ୍ଟାଣ୍ଡ୍ ର ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଏହାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ବିଧାୟକ ପ୍ରତିଶୃ୍ତି ଦେଇଥିଳେ I ଏହା ସହିତ ବିଧାୟକ ଶ୍ରୀ ବିଷୋୟୀ ମୁକ୍ତା ଯୋଜନା ଏବଂ ଏନ୍ଏସିର କନିଷ୍ଠ ଯନ୍ତ୍ରୀଙ୍କୁ ପୂର୍ବରୁ ହୋଇଥିବା କାର୍ଯ୍ୟ,ବର୍ତ୍ତମାନ ଚାଲୁଥିବା କାର୍ଯ୍ୟ ଏବଂ ଆଗାମୀ ଦିନର ରୋଡମ୍ୟାପ୍ ସମ୍ପର୍କରେ ପଚାରି ବୁଝିଥିଲେ I କାର୍ଯ୍ୟକ୍ରମରେ ବେଲଗୁଣ୍ଠା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ଭର ସାମନ୍ତ, ନଗରପାଳ ଫିରୋଜ କୁମାର ସେଠୀ, ଉପନଗରପାଳ ଟି ବବିତା କୁମାରୀ ପ୍ରମୁଖ ମଞ୍ଚାସୀନ ଥିଲେ I ଅନ୍ୟମାନଙ୍କ ମଧ୍ୟରେ କାଉନସିଲର୍ ଏସ୍ ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାଶ,ଲିଜ଼ା ବେହେରାପ୍ରିୟମ୍ବଦା ସାମଲ,କାହ୍ନୁ ଚରଣ ସାହୁ,ପ୍ରଦୀପ କୁମାର ସେଠି,କେ ସୁଜ୍ୟୋତି ସୁବୁଦ୍ଧି,ସିଏଚ୍ ସଂଗୀତା ପାତ୍ର,ବିଶ୍ୱନାଥ ଦଳାଇ,ପ୍ରତିମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.