ଅବ୍ୟବସ୍ଥା ଭିତରେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ, ଲୋକେ ହନ୍ତସନ୍ତ

5

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲିକୋଟ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୯୭୨ ମସିହାରୁ ସ୍ଥାପନ ହୋଇଥିଲା।ହେଲେ ଖଲ୍ଲିକୋଟ ରେ ଯା‌ହା ଉନ୍ନତି ମୂଳକ କାର୍ଯ୍ୟକ୍ରମ ଚାଲିଛି ତାହା କେଵଳ ଲୋକ ଦେଖାଣିଆ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସାହି କୁ ରାସ୍ତା ନଥିବା ବେଳେ ରାସ୍ତା କଡ଼ରେ ତିଆରି ହୋଇଛି “ଓପେନ୍ ଜିମ୍” । ପାର୍କ ନିକଟରେ ନିର୍ମିତ ହୋଇଥିଵା ଓପେନ୍ ଜିମ୍ ର କଡେ ବର୍ଷା ପାଣି ର ଵନ୍ୟା , ସାଧାରଣ ବର୍ଷା ରେ ରୋଡର ଜଳ ନିଷ୍କାସନ ପଥରେ ନିଷ୍କାସିତ ହୋଇ ପାରୁନଥିବାରୁ ଜନସାଧାରଣ ମାନେ ବିଶେଷ ଅସୁବିଧା ର ସମୁଖୀନ ହେଉଛନ୍ତି।
ଏଣେ ଓମ୍ ଶାନ୍ତି ନଗର ବାସିନ୍ଦାଙ୍କ ପାଇଁ ରୋଡ଼ ରେ ମାଟି ସୋଲେ ମଧ୍ୟ ପଡି ପାରିଲା ନାହିଁ । ତିନି ତିନିଟା କାର୍ଯ୍ୟ ନିର୍ବାହୀ ଅଧିକାରୀ ଆସି ଗଲେଣି ମାତ୍ର ରୋଡ ପ୍ରତି କାହାର ନିଘା ନାହିଁ। ତେଣେ ଚାଲିଛି ବିନା ୱାରକ ଅର୍ଡର ରେ ଚାଲିଥିବା କାର୍ଯ୍ୟର ବିଲ୍ ପ୍ରସ୍ତୁତି ।
ଏ ପରିପ୍ରେକ୍ଷୀରେ କହିବାକୁ ଗଲେ ଖଲ୍ଲିକୋଟ ରେ କ’ଣ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ? ଖଲ୍ଲିକୋଟ ର ବନ୍ଧ ଗୁଡ଼ିକର ଅବସ୍ଥା ବରଂ ନ କହିଲେ ଭଲ । ସବୁ କାମ ଅଧାପନ୍ତରିଆ ଥିବାରୁ ଜନସାଧାରଣ ମାନେ ଅଶାନ୍ତି ଥିବା ଜଣାପଡ଼ିଛି। ନେଳିଆଵନ୍ଧ, ପାବଛ ଵନ୍ଧ , ଲାଞ୍ଜି ବନ୍ଧ ର ସମସ୍ୟା ସାଙ୍ଗକୁ ପରିବେଶ ର ଦୂଷିତ କୁ ସହଜରେ ବର୍ଣ୍ଣନା କରାଯାଇ ପାରିବନାହିଁ।

Leave A Reply

Your email address will not be published.