ସଂସଦରେ ରାହୁଲଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ଗଜପତି ଭାଜପା ଯୁବମୋର୍ଚ୍ଚାର ବିରୋଧ

6

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତକାଲି ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମତକୁ ନେଇ ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଇଥିବା ବେଳେ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ସ୍ଥାନୀୟ ଗଜପତି କଂଗ୍ରେସର ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା।
ଯୁବମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ରଙ୍କ ନେତୃତ୍ବରେ ବହୁ ବିଜେପି ସମର୍ଥକ ମାନେ ଉପସ୍ଥିତ ରହି ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଜଗନ୍ନାଥ ମହାପତ୍ର ଓ ଇ. ପ୍ରଶାନ୍ତ କୁମାର , କାଉନସିଲର ବିଭୂତି ଭୂଷଣ ବେହେରା , କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ , ଦାରପୁ ଚିଟ୍ଟି, ଯୁବ ନେତା ଦିବାକର କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.