ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ସାଧାରଣ ନିର୍ବାଚନରେ ବିଜୟୀ ହେବାପରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆଜି ବେଲଗୁଣ୍ଠା ବ୍ଳକ୍ ରେ ବିଜୟ ଶୋଭାଯାତ୍ରା କରିବା ଅବସରରେ ତାଙ୍କୁ ବିଭିନ୍ନ ଗ୍ରାମରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି I ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା I ଏହି ଶୋଭାଯାତ୍ରା ମଙ୍ଗଳପୁର,ଜିଲିବା,ପଥରାପଲ୍ଲୀ,ଜିରୋଳି ଛକ, ଆମ୍ବପୁଆ ଛକ ଏବଂ ଚଢିଆପଲୀ ଦେଇ ବେଲଗୁଣ୍ଠାରେ ପହଞ୍ଚିଥିଲା I ବେଲଗୁଣ୍ଠାଠାରେ ନଗର ଉପାଧ୍ୟକ୍ଷା ପ୍ରତିନିଧି ଲିଙ୍ଗରାଜ ପାତ୍ର, ବିଜେପି ନଗରପାଳ ପ୍ରାର୍ଥୀ ମହେନ୍ଦ୍ର ବେହେରାଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ବିଧାୟକ ନୀଳମଣିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ I ସେହିପରି ବଙ୍କା ଠାରେ ସରପଞ୍ଚ ଶୁଭଶ୍ରୀ ପରିଡା, ସମିତିସଭ୍ୟ ପ୍ରଫୁଲ୍ଲ ଗୌଡ, ପୁଷ୍ପଗୁଛ ଦେଇ ବିଧାୟକଙ୍କୁ ସମ୍ବର୍ନ୍ଧିତ କରିଥିଲେ I ପରେ ଏହି ଶୋଭାଯାତ୍ରା ବେଲଗୁଣ୍ଠାରୁ ବାଣତୁମ୍ବ,ତନରଡା, ଧୂମୂଛାଇ ଛକ, ଡିମ୍ବିରି ପଲ୍ଲୀ, ଇଙ୍ଗିନାଠି ଛକ, ମନ୍ଦାର ଦେଇ ନେଟଙ୍ଗା ଠାରେ ପହଞ୍ଚିବା ପରେ ସେଠାରେ ନେଟଙ୍ଗା ମଣ୍ଡଳ ସଭାପତି ତଥା ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କାଙ୍କ ନେତୃତ୍ୱରେ ବିଧାୟକ ଶ୍ରୀ ବିଷୋୟୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ସେଠାରୁ ଶୋଭାଯାତ୍ରା ବାଲିଭାଗ,କଇଠପଲ୍ଲୀ, ଷଡ଼ଙ୍ଗୀପଲ୍ଲୀ,ଗୋବରା ଦେଇ ବିଞ୍ଚଣା ଠାରେ ପହଞ୍ଚିବା ପରେ ସେଠାରେ ବିଜେପି ନେତା ଲକ୍ଷ୍ମଣ ପଣ୍ଡାଙ୍କ ନେତୃତ୍ୱରେ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ I ସେହିପରି କ୍ଷତ୍ରିୟବରପୁର ଠାରେ ସରପଞ୍ଚ କମଳ କୁମାରୀ ପ୍ରଧାନ, ଙ୍କ ସହ ବହୁ ସମର୍ଥକ ବିଧାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲା I ପରେ ଏହି ଶୋଭାଯାତ୍ରା ଗାଙ୍ଗପୁର, ଖଇରପୁଟି ,ଇନ୍ଦନପୁରରେ ଅନୁଷ୍ଠିତ ହୋଇଥିଲା I ବହୁ ବିଜେପି କର୍ମୀ, ମହିଳା ଗୋଷ୍ଠୀ ବିଧାୟକ ଶ୍ରୀ ବିଷୋୟୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ I ଆଜିର ଶୋଭାଯାତ୍ରାରେ ବିଧାୟକ ଶ୍ରୀ ବିଷୋୟୀଙ୍କ ସହିତ ଗାଙ୍ଗପୁର ମଣ୍ଡଳ ସଭାପତି ତଥା ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାସ, ଘୁମୁସର ଜିଲ୍ଳା ବିଜେପି ମୋର୍ଚ୍ଚା ସଭାପତି କେ ରବୀନ୍ଦ୍ର କୁମାର ପାତ୍ର, ବେଲଗୁଣ୍ଠାର ବରିଷ୍ଠ ବିଜେପି ନେତା ଖଦାଳ ପଲେଇ, ନୀଳାଞ୍ଚଳ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ I ଏକ ବିରାଟ ମୋଟରସାଇକେଲ୍ ଶୋଭାଯାତ୍ରାରେ କର୍ମୀମାନେ ବିଧାୟକ ନୀଳମଣିଙ୍କୁ ପାଛୋଟି ନେଇଥିଲେ I
Sign in
Sign in
Recover your password.
A password will be e-mailed to you.