ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଗୋବରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ସାସମଲ୍ ଏବଂ ପାଲକଷଣ୍ଢା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୀତାକାନ୍ତ ତ୍ରୀପାଠି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି I ଏହି ଅବସରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଅବସରପ୍ରାପ୍ତ ଦୁଇ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ,ପ୍ରତିଭା କୁମାରୀ ରଥ, ଭାଗ୍ୟଲତା ପ୍ରଧାନ,ବରିଷ୍ଠ କିରାଣୀ ଶରତଚନ୍ଦ୍ର ରଥ,ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଉପସଭାପତି ଶଲ୍ୟ କୁମାର ସିଅ, ସମ୍ପାଦକ ମନୋରଞ୍ଜନ ବିଷୋୟୀ, କୋଷାଧ୍ୟକ୍ଷ ଶଙ୍କରନାରାୟଣ ସେଠୀ ପ୍ରମୁଖ ମଞ୍ଚାସୀନ ରହି ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନପତ୍ର, ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ I ବରିଷ୍ଠ ଶିକ୍ଷକ ଛାୟାକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଶିକ୍ଷକ ଅଚ୍ୟୁତ କୁମାର ବ୍ରହ୍ମା, ନରେଶ ବ୍ରହ୍ମା, ଚିନ୍ମୟ ପ୍ରଧାନ,ଶ୍ରୀଧର ପ୍ରଧାନ, କେଦାର ନାଥ ନାୟକ, ଟୁକୁନା ବେହେରା, ସିଆରସିସି ବିଦେଶୀ ବାଡ଼ତ୍ୟା,କାଳୁ ଚରଣ ଗୌଡ଼, ରମେଶ କୁମାର ପାଣିଗ୍ରାହୀ,ମନୋଜ ପଟ୍ଟନାୟକ,ହରେକୃଷ୍ଣ ଶତପଥୀ,ଶିକ୍ଷକ ଶିଶିର କୁମାର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଏହି ଅବସରରେ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପେନସନ୍ ସମ୍ଵନ୍ଧୀୟ କାଗଜପତ୍ର ପ୍ରଦାନ କରଯାଇଥିଲା I ବରିଷ୍ଠ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.