କ୍ରୀଡ଼ା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କଲା ‌ଜେଏମ୍‌ ସ୍ପୋର୍ଟ୍ସ ଏକାଡେମି

5

ଭୁବନେଶ୍ବର : ସ୍ଥାନୀୟ ଜେଏମ୍‌ ସ୍ପୋର୍ଟ୍ସ ଏକାଡେମିଠାରେ ମଙ୍ଗଳବାର ବିଶ୍ବ କ୍ରୀଡ଼ା ସାମ୍ବ‌ାଦିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ୧୪ଜଣ କ୍ରୀଡ଼ା ସମ୍ବାଦିକ ଚିନ୍ମୟ ପଟ୍ଟନାୟକ, ପ୍ରଫୁଲ୍ଲ କିଶୋର ସାହୁ, ତୁଷାର କୁମାର ସେନାପତି, ବିଶ୍ବଜିତ ଦାସ, ଲୋକନାଥ ପାଣିଗ୍ରାହୀ, ମଳୟ କୁମାର ନାୟକ, ସମୀର ପ୍ରସାଦ ରାଉତ, ଚକ୍ରଧର ମାଝୀ, ହରମୋହନ ମିଶ୍ର, କମଳକାନ୍ତ ନାୟକ, ସୁଧୀର ସାହୁ, ରାଜକିଶୋର ଦାସ, ହେମନ୍ତ ଲେଙ୍କା, ସାନତନ ପାଣିଙ୍କୁ ଏକାଡେମି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଉତ୍ସବରେ ଅତିଥି ଭାବେ ସମାଜସେବୀ ସନ୍ତୋଷ କୁମାର ଜେନା, ଭବାନୀ ରଥ, ‌ଚଳଚ୍ଚିତ୍ର ପ୍ରଯୋଜକ ଅତୀଶ କୁମାର ରାଉତ, ବୈଜ୍ଞାନିକ ସୁବାଷ ଚନ୍ଦ୍ର ମଲ୍ଲିକ, ଜେଏମ୍‌ ସ୍ପୋର୍ଟ୍ସ ଏକାଡେମିର ମୁଖ୍ୟ ମୀରାରାଣୀ ଦାସ, ସମ୍ପାଦକ ଯଶୋବନ୍ତ ଦାସ, ଆଇନ ପରାମର୍ଶଦାତା ସୁବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇ କ୍ରୀଡ଼ା କ୍ଷେତ୍ରରେ କ୍ରୀଡ଼ା ସାମ୍ବାଦିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

୨୦୧୩ରୁ ଜେଏମ୍‌ ସ୍ପୋର୍ଟ୍ସ ଏକାଡେମି ଛାତ୍ରଛାତ୍ରୀମାନଙ୍କୁ ଜିମ୍ନାଷ୍ଟିକ୍‌ସ ପ୍ରଶିକ୍ଷଣ ଦେଇ ଆସୁଛି। ଏଥିସହ ‌ଏହି ଏକାଡେମି ଏକାଧିକ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିସାରିଛି। ଏକାଡେମିର ଅନେକ ଖେଲାଳି ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅନେକ ପଦକ ଜିତିଛନ୍ତି।

Leave A Reply

Your email address will not be published.