କୃଷି ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ସଫଳ ରୂପାୟନ ଏବଂ ଏ ସଂପର୍କରେ ତଥ୍ୟ ହାସଲ ନିମନ୍ତେ ନୋଡାଲ ଅଧିକାରୀ ନିୟୋଜିତ
ନୋଡାଲ ଅଧିକାରୀମାନଙ୍କୁ ପ୍ରମୁଖ ଶାସନ ସଚିବଙ୍କ ପତ୍ର
ଭୁବନେଶ୍ୱର:କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଚାଲୁଥିବା ବିଭିନ୍ନ ଯୋଜନାଗୁଡ଼ିକର କାର୍ଯ୍ୟକାରିତା, ସଫଳ ରୂପାୟନ ଏବଂ ଏ ସଂପର୍କରେ ତଥ୍ୟ ହାସଲ ନିମନ୍ତେ ବିଭାଗର ନୋଡାଲ ଅଧିକାରୀ ବ୍ୟବସ୍ଥା ବେଶ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛିା କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଗମ୍ଭୀରତାର ସହ ନେଇ ଏ ଦିଗରେ କାର୍ଯ୍ୟ କରିବାକୁ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ନୋଡାଲ୍ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତିା ବର୍ତ୍ତମାନ ଖରିଫ ଋତୁ ଜୋରସୋରରେ ଆଗେଇ ଚାଲିଥିବାରୁ ନୋଡାଲ ଅଧିକାରୀମାନଙ୍କ ଦାୟିତ୍ୱ ବେଶ୍ ଗୁରୁତ୍ୱପୂର୍ଣ୍ଣା ଗତ ଜୁନ ୨୦୨୪ ବୈଠକରେ ନୋଡାଲ ଅଧିକାରୀମାନେ ନିଜ ନିଜ ଜିଲ୍ଲା ଗସ୍ତ କରି କ୍ଷେତ୍ର ପରିଦର୍ଶନ ରିପୋର୍ଟ ଆସନ୍ତା ଜୁଲାଇ ୧୦ ତାରିଖ ସୁଦ୍ଧା ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ନିକଟରେ ଦାଖଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲାା ଚଳିତ ଖରିଫ ଋତୁରେ କୃଷି ସାମଗ୍ରୀ, ଗୁଣାତ୍ମକ ବିହନ, ସାର, ଋଣ ଏବଂ ଏହାର ଯୋଗାଣକୁ ସୁଗମ କରିବା ପାଇଁ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ନୋଡାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତିା
ବିଭାଗରେ କିଛି ବରିଷ୍ଠ ଅଧିକାରୀଙ୍କ ବଦଳି ଓ ସ୍ଥାନାନ୍ତର ହେତୁ କିଛି ଜିଲ୍ଲାରେ ନୋଡାଲ୍ ଅଧିକାରୀମାନଙ୍କୁ ପୁନଃବ୍ୟବସ୍ଥିତ କରାଯାଇଛିା ସେମାନେ କ୍ଷେତ୍ରରେ ବିଭିନ୍ନ ସରକାରୀ ଯୋଜନାର ରୂପାୟନ ନିମନ୍ତେ ଜିଲ୍ଲାସ୍ତରରେ ବୈଠକ ଡାକି ସାମଗ୍ରିକ ସ୍ଥିତି ଅନୁଧ୍ୟାନ କରିବୋ ସେମାନଙ୍କ ପରିଦର୍ଶନ ବିବରଣୀ ଏବଂ ଉପଯୁକ୍ତ ଅନୁଧ୍ୟାନ ପାଇଁ ପରାମର୍ଶ ସହିତ ରିପୋର୍ଟ ପ୍ରସ୍ତୁତ କରି ଉପମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇବେ ବୋଲି ପତ୍ରରେ ନିର୍ଦ୍ଦେଶ ଦିଆଯାଇଛିା ଏହି ଆଦେଶନାମାରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ କେଉଁଝର ଓ ଯାଜପୁର ଜିଲ୍ଲା ପାଇଁ ଏବଂ ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ପାଇଁ ନୋଡ଼ାଲ ଅଧିକାରୀ ଭାବେ ନିୟୋଜିତ ହୋଇଛନ୍ତିା ସେହିପରି କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଦିଲ୍ଲୀପ କୁମାର ପରିଡ଼ା ବଲାଙ୍ଗିର ଏବଂ ସମ୍ବଲପୁର, ଅତିରିକ୍ତ ସଚିବ ସରିତା ଧନଓ୍ୱାର ଭଦ୍ରକ ଜିଲ୍ଲା ପାଇଁ ନୋଡାଲ୍ ଅଧିକାରୀ ଭାବେ ନିୟୋଜିତ ହୋଇଛନ୍ତିା