ମା କନକଦୂର୍ଗା ମନ୍ଦିରରେ ଲକ୍ଷାଧିକ ଟଙ୍କାର ସୁନା ଚାନ୍ଦି ଚୋରି

6

ଜଗତସିଂହପୁର,ତା-୦୧.୦୭.୨୦୨୪/ସୁମନ୍ତ କୁମାର ଦାସ: ମା କନକଦୂର୍ଗା ମନ୍ଦିରରେ ଲକ୍ଷାଧିକ ଟଙ୍କାର ସୁନା ଚାନ୍ଦି ଚୋରି ପୋଲିସର ତଦନ୍ତ ଜାରି ଜଗତସିଂହପୁରେ ବର୍ତମାନ ଚୋରଙ୍କ ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି ଜାହାକି ଚୋରମାନେ ଏବେ ମନ୍ଦିରରୁ ଆରମ୍ଭ କରିଦେଲେଣି ଚୋରି । ଅର୍ଥ ଆଉ ଗହଣା ପାଇଁ ଛାଡୁ ନାହାନ୍ତି ଠାକୁରଙ୍କ ମନ୍ଦିର। ଚୋର ମାନେ ଶେଷରେ ମା କନକ ଦୁର୍ଗା ମନ୍ଦିରରୁ କଳା କନା ବୁଲାଇ ଦେଲେ ।ମାଙ୍କର ଲଖ୍ୟାଧ‌ିକ ଟଙ୍କାର ଗହଣା ଲୁଟିନେଲେ ।ଏଭଳି ଘଟଣା ଦେଖୁବାକୁ ମିଳିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ପିତେଇପୁର ସ୍ଥିତ ମା କନକ ଦୁର୍ଗାଙ୍କ ମନ୍ଦିରରୁ ଚୋରି ଘଟଣା । ଗତକାଲି ବିଳମ୍ବିତ ରାତିରେ ମା କନକ ଦୁର୍ଗାଙ୍କ ମନ୍ଦିରର ମୁଖ୍ୟଦ୍ବାର କବାଟର ଚାବିକାଟି ଦୁର୍ବୁତ୍ତ ମାନେ ମା’ଙ୍କ ଗହଣା ଲୁଟି ନେଇଛନ୍ତି । ସକାଳୁ ମନ୍ଦିରକୁ ପୂଜକ ମା’ଙ୍କ ପୂଜା କରିବାକୁ ଆସୁ ଏଭଳି ଘଟଣା ଦେଖୁ ପରିଚାଳନା କମିଟି ଓ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଜଗତସିଂହପୁର ସଦର ପୋଲିସ ପହଂଚି ତଦନ୍ତ କରିବା ସହିତ ଫରେନସିକ ଟିମ ଓ ସନ୍ଧାନୀ କୁକୁର ଦ୍ବାରା ତଦନ୍ତ ଆରମ୍ଭ ହୋଇଛି।ମା’ଙ୍କର ଦୁଇଟି ରୁପା ମୁକୁଟ ଓ କାନଫୁଲ ସହିତ ଅନ୍ୟ କିଛି ଅଳଙ୍କାର ଚୋର ମାନେ ଲୁଟି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।ତେବେ ମାଙ୍କ ମନ୍ଦିରରୁ ଅଧିକ କଣ ଅଳଙ୍କାର ଚୋରି ହୋଇଛି ପରିଚାଳନା କମିଟି ଓ ମନ୍ଦିର ପୂଜକଙ୍କୁ ପଚରାଉଚରା ପରେ ଜଣା ପଡିବ ବୋଲି ଜଗତସିଂହପୁର ଥାନା ଅଧ୍ବକାରୀ କହିଛନ୍ତି । ଅନ୍ୟପଟେ ପୋଲିସର ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନ ଆରମ୍ଭ କରିଥିବା ବେଳେ କୁକୁର ଟି ବହୁବାଟ ଅତିକ୍ରମ କରି ପାଖଗ୍ରାମର ମଧ୍ୟରେ ଜଣେ ବ୍ୟକ୍ତି ଙ୍କ ଘରଚାରିପାଖ ବୁଲି ଠିଆହୋଇ ରହିଥିଲା।ତାହାଙ୍କ ନାମରେ ମଧ୍ୟ ଆଗରୁ ବହୁ ଚୋରି କରିଥିବା ମାମଲା ସାଧାରଣରେ ଶୁଣୀବାକୁ ମିଳିଛି । ତେବେ ଆଗକୁ ପୋଲିସ ର କାର୍ଯ୍ୟାନୁଷ୍ଠାନ କଣ ରହୁଛି ତାହା ଦେଖୁବାର ଅଛି,

Leave A Reply

Your email address will not be published.