ଜଗତସିଂହପୁର,ତା-୦୧.୦୭.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ବାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ସମନ୍ୱିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଶୁଭାରମ୍ଭ ହୋଇଛି।ତା ୦୧.୦୭.୨୪ ଠାରୁ ୩୧.୦୮.୨୪ ଦୁଇ ମାସ ଧରି ଏହି ସର୍ବେକ୍ଷଣେ କାର୍ଯ୍ୟକ୍ରମ ବିଶେଷ କରି ଆଶା ମାନଙ୍କ ଦ୍ୱାରା ଘରକୁ ଘର ବୁଲି କରାଯିବ।ଏଥିରେ ମ୍ୟାଲେରିଆ,ଡେଙ୍ଗୁ, ଡାଇରିଆ, କୁଷ୍ଠରୋଗ, ଯକ୍ଷ୍ମା ରୋଗ,ଜଣ୍ଡିସ, ଏବଂ ଟୀକାକରଣ ଆଦିର ସର୍ଭେ କରାଯିବ ଏବଂ ସେମାନଙ୍କର ଚିକିତ୍ସା କରାଯିବ। ଏହି କାର୍ଯ୍ୟକ୍ରମ ସମନ୍ୱିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ସୂଚନା,ଶିକ୍ଷା ଓ ପ୍ରସାରଣ ୟୁନିଟ କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଶତ୍ରୁଘ୍ନ ଦାଶ ଉଦଘାଟନ କରିଥିଲେ।ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭାରେ ଡ଼ା ଦାଶ ସ୍ବାସ୍ଥ୍ୟ ସର୍ବେକ୍ଷଣ ଉପରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ରଶ୍ମୀ ରଞ୍ଜନ ପଟ୍ଟନାୟକ,ଏପିଡେମିଓଲୋଜିଷ୍ଟ ଡ଼ା ସ୍ମୃତି ରଞ୍ଜନ ପଣ୍ଡା,ଡି ପି ଏମ ଚକ୍ରଧର ଜେନା,ଡି ପି ସି ବିପିନ ବିହାରୀ ପାତ୍ର,ଆଶା ମ୍ୟାନେଜର ଅମିତା ପଣ୍ଡା, ଏ ଡି ପି ଏଚ ସି ଓ ସଚଳା ମହାନ୍ତି ଓ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମନ୍ୱିତ ସ୍ବାସ୍ଥ୍ୟ ସର୍ବେକ୍ଷଣରେ ଆଶା ମାନଙ୍କ ଭୂମିକା ଏବଂ ରିପୋର୍ଟ ବିଷୟରେ ଆଲୋଚନା କରିଥିଲେ। ଆଶାମାନେ ପ୍ରତି ଘରକୁ ଯାଇ ଡାଇରିଆ ନିରାକରଣ ଦିଗରେ ଓ.ଆର.ଏସ ଓ ଜିଙ୍କ ଟାବଲେଟ ବଣ୍ଟନ କରିବେ । ଜିଲ୍ଲାସ୍ତରରେ ଏବଂ ବ୍ଲକସ୍ତରରେ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଅଧିକାରୀ ମାନଙ୍କ ଦ୍ୱାରା ତଦାରଖ କରାଯିବ। ଏହି ଅଭିଯାନରେ ଡେଙ୍ଗୁ ସଚେତନତା ପାଇଁ ଅଧିକ ଗୁରୁତ୍ବ ଦିଆଯିବ ବୋଲି କୁହା ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡାଟା ମ୍ୟାନେଜର ଜ୍ୟୋତି ରଞ୍ଜନ ପରିଡ଼ା, ଆସିଷ୍ଟାଣ୍ଟ ମ୍ୟାନେଜର ମନୋରଞ୍ଜନ ମହାପାତ୍ର, ସହରାଞ୍ଚଳ ଆଶା,ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।ଶେଷରେ ସୁକାନ୍ତ ପ୍ରଧାନ ଧନ୍ୟବାଦ୍ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.