ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ନେଇ ସଚେତନ ସଭା

5

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୧/୦୭/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ନେଇ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଡାବୁଗାଁ ବିଡିଓ ଶରତ ମାଝୀ,ତହସିଲଦାର ହରି ଓମ ଭୋଇ, ବରିଷ୍ଠ ଓକିଲ ଦିବାନ ସିଂ ଓ ଦିବ୍ୟରଞ୍ଜନ ରାୟ ପାତ୍ର ପ୍ରମୁଖ ମଞ୍ଚାଷିନ ଥିଲେ। ଥାନା ଅଧିକାରୀ ସୁନିଲ ପ୍ରଧାନ ଆଜିଠାରୁ ଭାରତରେ ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହୋଇଥିବା ନେଇ କହିଥିଲେ ସେହିପରି ବ୍ରିଟିଶ ଅମଳରୁ ଚାଲି ଆସୁଥିବା ଭାରତୀୟ ପିଙ୍ଗଳ କୋଡ (ଆଇପିସି), କୋଡ ଅଫ କ୍ରିମିନାଲ ପ୍ରସିଜର( ସିସିପି), ଓ ଭାରତୀୟ ପ୍ରମାଣ ଆଇନ ( ଆଇଇଏ) ର ପରିବର୍ତ୍ତନ କରାଯାଇଥିବା କହିଥିଲେ। ନୂଆ ଅପରାଧିକ ଆଇନ ଲାଗୁ ପରେ ଜିରୋ ଏଫ୍ ଆଇ ଆର ରେ ଜଣେ ଯେ କୌଣସି ଥାନାରେ ଏତଲା ଦେଇ ପାରିବା ସହ ପୁଲିସ ଅଭିଯୋଗ ର ଅନଲାଇନ୍ ପଞ୍ଜୀକରଣ, ଏସ ଏମ ଏସ ଭଳି ବୈଦୁତିକ ମାଧ୍ୟମରେ ସମନ୍ ଓ ସମସ୍ତ ଜଘନ୍ୟ ଅପରାଧ ପାଇଁ ଅପରାଧିକ ଦୃଶ୍ୟର ବାଧ୍ୟାତା ମୂଳକ ଭିଡିଓ ଗ୍ରାଫିକ ହେବ ବୋଲି ସୂଚନା ପ୍ରଦାନ କରିଥିଲେ। ତହସିଲଦାର ହରି ଓମ ଭୋଇ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ପରେ ବୈପ୍ଲବିକ ପରିବର୍ତ୍ତନ ହେବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ, ଏମ ବୁଲୁ ରାଓ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବରିଷ୍ଠ ନାଗରିକ ନିତ୍ୟାନନ୍ଦ ମହାନ୍ତି,ଅଜୟ ବଲ୍ଲଭ ପଣ୍ଡା, ଲକ୍ଷ୍ମୀକାନ୍ତ ରଥ, ଭଗବାନ ମହାନ୍ତି,ପଦ୍ମ ଚରଣ ସିଂ ରଣଜିତ୍ ଘଡେ଼ଇ, ସମସ୍ତ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ, ବୁଦ୍ଧିଜୀବୀ,ପୁଲିସ କର୍ମଚାରୀ ସହ ସାଧାରଣ ଲୋକେ ଉପସ୍ଥିତ ଥିଲେ।

Leave A Reply

Your email address will not be published.