ତ୍ରିଦିବସୀୟ ଜିଜ୍ଞାସା ପ୍ରଶିକ୍ଷଣ ଉଦଯାପିତ

5

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଜମଲା ସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା ଆକାଂକ୍ଷୀ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଜିଜ୍ଞାସା ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିବସରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରୋଜ କୁମାର ପଟ୍ଟନାୟକ ପରିଦର୍ଶନରେ ଆସି ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ସାଧନକର୍ମୀ ଶ୍ରୀ ମାନସ ରଞ୍ଜନ ଶତପଥୀ ଓ ଶ୍ରୀ ମୋହନ ରଣା ପର୍ଯ୍ୟାୟ କ୍ରମେ ସମସ୍ତ ପାଠ୍ୟକ୍ରମ କୁ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ। ଏହି ଶିବିରରେ ରାଜବୋଡ଼ାସମ୍ବର୍ ଓ ଗାଇସିଲେଟ ବ୍ଲକରୁ ଆସିଥିବା ପଚାଶ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିବା ସହ ଗ୍ରୁପ୍ ଉପସ୍ଥାପନା ଗୁଡ଼ିକ ଚମତ୍କାର ଢ଼ଙ୍ଗରେ ପରିବେଷଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଜିଜ୍ଞାସା ପ୍ରଶିକ୍ଷଣ ହାଇସ୍କୁଲ ସ୍ତରୀୟ ଛାତ୍ରଛାତ୍ରୀଙ୍କର ବିଜ୍ଞାନ ବିଷୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ।

Leave A Reply

Your email address will not be published.