ଜେନିଥ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ର ୨୦ ତମ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର: ୩୫ ୟୁନିଟ୍ ସଂଗୃହୀତ

6

ପଦ୍ମପୁର :- ସ୍ଥାନୀୟ ଜେନିଥ ସ୍କୁଲ ଠାରେ “ଜେନିଥ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଓ ସମ୍ବାଦ ଆମ ଓଡିଶା” ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠାନ ର ୨୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଡଃ ଯଦୁମଣି ସାହୁ, ସମ୍ମାନିତ ଅତିଥି ଭାବେ ଡଃ ସୁମିତ୍ ମିଶ୍ର ଓ ସମାଜସେବୀ ନିରୋଜ ଦୋରା ଯୋଗଦେଇ ଶିବିର କୁ ଉଦ୍ଘାଟନ କରିଥିଲେ l ଏହି ଅବସରରେ ଡଃ ସାହୁ ରକ୍ତଦାନ ଉପରେ ଆଲୋକପାତ କରି ଥିଲେ l ଶ୍ରୀ ଦୋରା ଶିକ୍ଷକ ମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିବା ସହିତ ରକ୍ତଦାନ ଓ ଏହାର ଆବଶ୍ୟକତା ଉପରେ ବିବରଣୀ ପ୍ରଦାନ କରିଥିଲେ ।ଅନୁଷ୍ଠାନ ର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା, ସନ୍ତୋଷ କୁମାର ବେହେରା ପରିଚାଲନା କମିଟି ର ପ୍ରତାପ ମିଶ୍ର, ଶୁସାନ୍ତ ରଥ ଙ୍କ ଦ୍ୱାରା ପରିଚାଳିତ ଏହି ଶିବିର ରେ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ।ପଦ୍ମପୁର ଉପଖଣ୍ଡ ରକ୍ତ ଭଣ୍ଡାରର ସଂଗ୍ରାମ କେଶରୀ ମହନ୍ତ,ଦୀପକ ସାହୁ, ଜିତେନ୍ଦ୍ରିୟ ଗୁର୍ଲା,ଶ୍ୟାମସୁନ୍ଦର ସାହୁ,ପପୁ ମାଝୀ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

Leave A Reply

Your email address will not be published.