ପାଇକମାଳ ବ୍ଳକ୍ ବିଜେଡ଼ି ତରଫରୁ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ।

5


ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେର୍ମେଲାବାହାଲ ଠାରେ ପାଇକମାଲ ବ୍ଲକ ବିଜେଡି ତରଫରୁ ଏକ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ବ୍ଳକ୍ ସଭାପତି ରାଜେନ୍ଦ୍ର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ପାଇକମାଲ ବ୍ଳକ୍ ଅଧ୍ୟକ୍ଷା ଭାବନା ସିଂ, ଉପାଧ୍ୟକ୍ଷ ସଞ୍ଜୀବ ବରିହା, ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ, ଡ଼ୋଲାମଣୀ ମାହାର, ଟାଇଲ୍ ଭୋଇ, ଯୁବ ବିଜେଡି ବ୍ଳକ୍ ସଭାପତି ଗୌତମ୍ ସିଂ, ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ଅଲତାପ୍ ମହମ୍ମଦ, ପେକ୍ସ ଅଧ୍ୟକ୍ଷ ବିଜୁ ସ୍ଵାଇଁ ପ୍ରମୁଖ ଯୋଗଦେଇ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଙ୍କୁ ଉପଢୌକନ ଦେଇ ସ୍ଵାଗତ କରିଥିଲେ l ବିଧାୟିକା ଶ୍ରୀମତୀ ବରିହା ନିଜ ଅଭିଭାଷଣ ରେ ଦଳୀୟ ସଭାପତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଆଦେଶ କୁ ଦୋହରାଇ କହିଥିଲେ ଯେ ଭାଜପା ସରକାର ଗଠନ କରିଛି ନିଶ୍ଚୟ କିନ୍ତୁ ମ୍ୟାଜିକ୍ ନମ୍ଵର ରୁ ବେଶି ଅଧିକ ସିଟ୍ ନାହିଁ ତେଣୁ ସମସ୍ତ ଙ୍କୁ ଏକତ୍ରିତ ହୋଇ କାମ କରିବା ଉଚିତ l ଆଗାମୀ ଦିନରେ ଅଞ୍ଚଳର ବିକାଶ ପାଇଁ ଲଢେଇ ଜାରି ରହିବ ବୋଲି ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଯୁବନେତା ଭୋଜରାଜ ସିଂ ବରିହା ଙ୍କ ସମେତ ବ୍ଳକ୍ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.