ପଦ୍ମପୁର :- ଚଳିତ ବର୍ଷ ୨୦୨୪ ରଥଯାତ୍ରା ପାଇଁ ଶାନ୍ତିନଗର ସ୍ଥିତ ମାଉସି ମାଁ ମନ୍ଦିର ଠାରେ କମିଟି ର ସଭାପତି ଡା. ଦେବାଶିଷ ରଥ ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ୦୭ ଜୁଲାଇ ରବିବାର ଦିନ ଅପରାହ୍ନ ୬ଘଣ୍ଟା ସମୟରେ ଚତୁର୍ଦ୍ଧା ମୂର୍ତ୍ତି ମାଁ ମାଉସୀ ମନ୍ଦିର କୁ ପ୍ରବେଶ କରିବେ l ପ୍ରତ୍ୟେକ ଦିନ ସକାଳ ୭.୩୦ ଘଣ୍ଟା ସମୟରେ ଓ ସନ୍ଧ୍ୟା ୬.୩୦ ଘଣ୍ଟା ସମୟରେ ମାଉସି ମାନଙ୍କ ଓ ସାତ ଦିନର ବିଭିନ୍ନ କର୍ତ୍ତା ଙ୍କ ଦ୍ୱାରା ମହା ଆଳତି, ତା. ୦୯.୦୭.୨୦୨୪ ରୁ ତା.୧୨.୦୭.୨୦୨୪ ସନ୍ଧ୍ୟା ୦୭.୦ ଘଣ୍ଟା ସମୟରୁ ପ୍ରବଚକ ଶ୍ରୀ ଇପ୍ସିତ ମିଶ୍ର ଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ କଥାମୃତ ପ୍ରବଚନ ଆୟୋଜନ ହେବା ସହିତ ୧୩.୦୭.୨୦୨୪ ମହିଳା ବୈଠକି ଓ ୧୪.୦୭.୨୦୨୪ ପୁରୁଷ ବୈଠକି ଆୟୋଜିତ ହେବ ।ପ୍ରତ୍ୟେକ ଦିନ ମାଧ୍ୟାହ୍ନ ୧୨.୩୦ ରେ ମହାପ୍ରଭୁଙ୍କ ଅନ୍ନଭୋଗ ର ବ୍ୟବସ୍ତା ରହିଛି lବାହୁଡା ଦିନ ସାଂସ୍କୃତିକ ଦଳ ସାଙ୍ଗରେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ଘ. ୪.୦ ଟା ସମୟରେ ନିଜର ଶ୍ରୀ ମନ୍ଦିର ବାହୁଡିବେ l ପଦ୍ମପୁର ସମସ୍ତ ଆବାଲ ବୃଦ୍ଧ ବନିତା ଏହି ରଥଯାତ୍ରା ରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଆସି ପ୍ରଭୁଙ୍କ ଆଶୀର୍ବାଦ ନେବା ସହିତ ଯାତ୍ରା ର ମଜା ନେବାକୁ କମିଟି ତରଫ ରୁ ଅନୁରୋଧ କରାଯାଇଛି l ଆଜିର ବୈଠକରେ ମାଉସି ମାଁ ମନ୍ଦିର ,ଶାନ୍ତିନଗର ପଦ୍ମପୁର ର ସମସ୍ତ ବୟୋଜୈଷ୍ଠ ଉପଦେଷ୍ଟା ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.