ଡାବୁଗାଁ ରେ ଯୋଗ ଦେଲେ ନୂତନ ଏସ ବି ଆଇ ଶାଖା ପରିଚାଳକ

5

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୦୬/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଏସ ବି ଆଇ ଶାଖାର ନୂତନ ଶାଖା ପରିଚାଳକ ଭାବେ ରାଜ ନାରାୟଣ ଦିଗ୍ଗଲ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ଦିଗ୍ଗଲ ଚନ୍ଦା ହାଣ୍ଡି ଏସବିଆଇ ର ଶାଖା ପରିଚାଳକ ଭାବେ କାର୍ଯ୍ୟ କରି ଆସୁଥିଲେ। ଡାବୁଗାଁ ଏସ ବି ଆଇ ରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିବା ଶାଖା ପରିଚାଳକ ନୀତିଶ କୁମାର ସ୍ବାଇଁ ଙ୍କୁ କୋରାପୁଟ ଜିଲ୍ଲାର ଦାମନଯୋଡି କୁ ବଦଳି ହୋଇଛି। ତେବେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଏସବିଆଇ ର ଡାବୁଗାଁ ଶାଖା ପରିଚାଳକ ରାଜ ନାରାୟଣ ଦିଗ୍ଗଲ ସବୁ ବର୍ଗର ଏସ ବି ଆଇ ଗ୍ରାହକଙ୍କୁ ବ୍ୟାଙ୍କ୍ ତରଫରୁ ପ୍ରଦାନ କରାଯାଉଥିବା ପ୍ରାଥମିକ ସୁବିଧା ପ୍ରଦାନ ଦିଗରେ ଯତ୍ନବାନ ହେବା ସହ ଡାବୁଗାଁ ବାସୀଙ୍କ ସହଯୋଗ କାମନା କରିଛନ୍ତି।

Leave A Reply

Your email address will not be published.