ସାର ଅଭାବ ନେଇ ଡାବୁଗାଁ ବ୍ଲକ କୃଷକ ମହାସଂଘ ତରଫରୁ ତହସିଲଦାର ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

6

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୦୬/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ ସାର ଅଭାବ ନେଇ ଆଜି ବ୍ଲକ କୃଷକ ମହାସଂଘ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ତହସିଲଦାର ହରି ଓମ ଭୋଇ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଦାବୀ ପତ୍ରରେ ଡାବୁଗାଁ ଲ୍ୟାମ୍ପ କୁ ଆବଶ୍ୟକ ଅନୁଯାୟୀ ସାର ଯୋଗାଣ,ଚାଷୀଙ୍କୁ ଚଢ଼ା ଦରରେ ବିକ୍ରୀ କରୁଥିବା ସାର ବ୍ୟବସାୟୀ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଓ ସାର କଳା ବଜାରି ରୋକିବା ନେଇ ଉଲ୍ଲେଖ ରହିଛି । ଚାଷୀଙ୍କୁ ଠିକ ସମୟରେ ସାର ଯୋଗାଇ ଦେବା ନିମନ୍ତେ ତ୍ୱରିତ ପଦକ୍ଷେପ ନେବା କୁ ତହସିଲଦାର ଙ୍କୁ କୃଷକ ମହାସଂଘ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ ବର୍ତ୍ତମାନ ଡାବୁଗାଁ ବ୍ଲକ ରେ ଗତ କିଛିଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଚାଷୀ ମାନେ ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ତତ୍ପର ହୋଇଛନ୍ତି। ବ୍ଲକ ର ପ୍ରାୟ ୯୦ ପ୍ରତିଶତ ଚାଷୀ ସାର ଉପରେ ନିର୍ଭର କରୁଥିବାରୁ ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ଲ୍ୟାମ୍ପ ରୁ ସାର ମିଳିପାରି ନାହିଁ। ତେଣୁ ସମସ୍ତ ଚାଷୀ ସାର କୁ ଅପେକ୍ଷା କରି ରହିଛନ୍ତି। ଲ୍ୟାମ୍ପ ରେ ଚାଷୀ ଙ୍କୁ ରିହାତି ଦରରେ ସାର ମିଳୁଥିବା ବେଳେ ଲାଇସେନ୍ସ ପ୍ରାପ୍ତ ସାର ବ୍ୟେବସାୟୀ ଓ କିଛି ଖୁଚୁରା ବ୍ୟବସାୟୀ ମାନଙ୍କ ପାଖରୁ ଚାଷୀ ସାର କ୍ରୟ କରିବାକୁ ପଡୁଛି। ତେବେ କିଛି ମୁନାଫ ଖୋର୍ ସାର ବ୍ୟବସାୟୀ ଚାଷୀଙ୍କ ଦୁର୍ବଳତା ର ଫାଇଦା ଉଠାଇ ଚଢ଼ା ଦରରେ ସାର ବିକ୍ରୀ କରୁଥିବା ଅଭିଯୋଗ କରିଛି ବ୍ଲକ କୃଷକ ମହାସଂଘ। ଏପରିକି ଏଠାରେ ଚାଷୀଙ୍କୁ ସାର ମିଳୁ ନ ଥିବା ବେଳେ ବ୍ଲକ ବାହାରେ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ କରିଛନ୍ତି।ସାତ ଦିନ ମଧ୍ୟରେ ଚାଷୀଙ୍କୁ ଲ୍ୟାମ୍ପ ତରଫରୁ ସାର ଯୋଗାଇ ଦିଆ ନ ଗଲେ ଚାଷୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଡାବୁଗାଁ ଲ୍ୟାମ୍ପ କୁ ଅଳ୍ପ ପରିମାଣର ସାର ଆସିଥିବା ବେଳେ ତାହା ସମୁଦ୍ର କୁ ଶଙ୍ଖ ସଦୃଶ୍ୟ ରହିଛି। ଆବଶ୍ୟକ ସାର ଲ୍ୟାମ୍ପ କୁ ଆସିଲେ ଚାଷୀ ମାନଙ୍କୁ ତୁରନ୍ତ ସାର ଯୋଗାଇ ଦିଆଯିବ ବୋଲି ଭାରପ୍ରାପ୍ତା ଲ୍ୟାମ୍ପ ଏମ ଡି ହରିବନ୍ଧୁ ମିର୍ଗାନ୍ ପ୍ରକାଶ କରିଛନ୍ତି। ଏହି ଦାବୀ ପତ୍ର ଦେବା ସମୟରେ ଡାବୁଗାଁ ବ୍ଲକ କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ଉପ ସଭାପତି ରାଜେନ୍ଦ୍ର ମିଶ୍ର, ଡଙ୍ଗରି ଗୁଡା ସରପଞ୍ଚ ରାମ କୁମାର ଗଣ୍ଡ, ରାଜେଶ ଜାନି, ସୁକ ଚାନ୍ଦ ଜାନି , ତରଣି ରେଲି, ବିଶ୍ଵ ରଞ୍ଜନ ପାତ୍ର, ସୁବାଷ ରେଲି, ଓ ଅନ୍ୟ ଚାଷୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.