ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

6

ପଦ୍ମପୁର :- ରାଜବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ରୁ ଆଜି ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀ ବିବେକାନନ୍ଦ ମହାପାତ୍ର( ସି ଏମ ୟୁ ପି ଏସ ପଦମପୁର), ଶ୍ରୀ ବିନୋଦ ବିହାରୀ ରଥ,( ସରକାରୀ ୟୁ ପି ଏସ ଦର୍ବେକେଲା), ଶ୍ରୀ ଭୋଳାନାଥ ଭୁଏ, (ସରକାରୀ ୟୁ ପି ଏସ ଭେଲୁଆଁଖୋଲ୍), ଶ୍ରୀ ଜୟଦେବ ବେହେରା, (ସରକାରୀ ୟୁ ପି ଏସ ବାଜେନମୁଣ୍ଡା), ଶ୍ରୀ ବୈଶାଖୁ ସେଠ୍,( ସରକାରୀ ବନ୍ଧପଡା ପି ଏସ ଦହିତା), ଶ୍ରୀ ଅଶୋକ କୁମାର ପାଣିଗ୍ରାହୀ, (ସରକାରୀ ୟୁ ପି ଏସ ଡୁଙ୍ଗୁରୀପାଲି), ଶ୍ରୀ ଭରତ ଚନ୍ଦ୍ର ସାହୁ,( ସରକାରୀ ୟୁ ପି ଏସ ବୁଡ଼ାମାଲ୍), ଶ୍ରୀ ମୋହନଲାଲ୍ ସାହୁ, (ସରକାରୀ ୟୁ ପି ଏସ ଗଡ଼ଭାଟି) ଓ ଶିକ୍ଷୟତ୍ରୀ ଶ୍ରୀମତୀ ଦିପ୍ତିମୟୀ ଦାସ, (ସରକାରୀ ୟୁ ପି ଏସ ଦୁବୁର୍ଲାବାହାଲ )ନିଜ ନିଜ ସ୍କୁଲରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇସାରି ସ୍ଥାନୀୟ ବି ଇ ଓ ଅଫିସକୁ ଆସିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ସେମାନଙ୍କୁ ସ୍ୱାଗତ କରିବା ସହ ସେମାନେ ଦୀର୍ଘଦିନ ଧରି ଶିକ୍ଷାଦାନ କରି ଉତ୍ତମ ନାଗରିକ ଗଢ଼ି ନିରବଚ୍ଛିନ୍ନ ଭାବରେ ନିଃସ୍ଵାର୍ଥ ସେବା ଯୋଗେଇ ଥିବାରୁ ସମସ୍ତଙ୍କର ସୁସ୍ଥ ଓ ନିରୋଗ ଜୀବନ ପାଇଁ ମଙ୍ଗଳ କାମନା କରିଥିଲେ ଏବଂ ସେମାନଙ୍କୁ ରିଟାୟରମେଣ୍ଟ ବେନିଫିଟ୍ କାଗଜ ପ୍ରଦାନ୍ କରିଥିଲେ। ଏହି ସଭାରେ ଏ ବି ଇ ଓ ଶ୍ରୀ ଶିବପ୍ରସାଦ ଯୋଶୀ, ଶ୍ରୀ ରାମସିଂ ଭୋଇ ଓ ବରିଷ୍ଠ କିରାଣୀ ଶ୍ରୀ ଦିଲ୍ଲୀପ ଭୋଇ ଉପସ୍ଥିତ ଥିଲେ।

Leave A Reply

Your email address will not be published.