ମିଲେଟ୍ ମିଶନର ସଫଳତା ପାଇଁ ରାଜ୍ୟ କୃଷି ବିଭାଗ ସମ୍ମାନିତ

5

 “ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀଙ୍କର ଉତ୍ସର୍ଗୀକୃତ ପଦକ୍ଷେପ ଏବଂ କାର୍ଯ୍ୟକଳାପ ଅନ୍ତର୍ଜାତୀୟ ମିଲେଟ୍ ମିଶନକୁ ଏକ ଜନଆନ୍ଦୋଳନରେ ପରିଣତ କରିବାରେ ସହାୟକ ହୋଇଛି”

ଭୁବନେଶ୍ୱର: ଶ୍ରୀଅନ୍ନ (ମିଲେଟ୍) ଯୋଜନାରେ ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ୨୦୨୩ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ମନୋନୀତ ହୋଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ତରଫରୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଏହି ଚମତ୍କାରୀ ସଫଳତା ପାଇଁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ୭୨ଟି ଦେଶ ସମର୍ଥିତ ଭାରତର ପ୍ରସ୍ତାବ ଉପରେ ଜାତିସଂଘ ସାଧାରଣ ସଭା ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କରିଥିଲା । କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ୨୦୨୩ରେ ବ୍ୟାପକ କାର୍ଯ୍ୟକ୍ରମରେ କୃଷି ବିଭାଗର ସକି୍ରୟ ଅଂଶଗ୍ରହଣ ଏବଂ ସହଯୋଗ ପାଇଁ କେନ୍ଦ୍ର ମନ୍ତ୍ରଣାଳୟ କୃତଜ୍ଞତା ଜଣାଇଛନ୍ତି । ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀଙ୍କର ଉତ୍ସର୍ଗୀକୃତ ପଦକ୍ଷେପ ଏବଂ କାର୍ଯ୍ୟକଳାପ ଅନ୍ତର୍ଜାତୀୟ ମିଲେଟ୍ ମିଶନକୁ ଏକ ଜନଆନ୍ଦୋଳନରେ ପରିଣତ କରିବାରେ ସହାୟକ ହୋଇଛି ବୋଲି କେନ୍ଦ୍ର କୃଷି ସଚିବ ପ୍ରକାଶ କରିଛନ୍ତି । ଶ୍ରୀଅନ୍ନକୁ ପ୍ରୋତ୍ସହନ ଦେବାରେ ରାଜ୍ୟର ଉତ୍ସାହଜନକ ସଂପୃକ୍ତି କେବଳ ପ୍ରାଚୀନ ଶସ୍ୟ ସୃଷ୍ଟି କରିବାରେ ସହାୟକ ହୋଇନାହିଁ, ବରଂ ପ୍ରଚୁର ପୁଷ୍ଟିକର, ଅର୍ଥନୈତିକ ଏବଂ ପରିବେଶଗତ ଲାଭ ବିଷୟରେ ସଚେତନତା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରିଛି । ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ୨୦୨୩ରେ ରାଜ୍ୟର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସାର ପ୍ରତୀକ ଭାବେ ଏହି ପ୍ରମାଣପତ୍ରକୁ ପ୍ରଦାନ କରାଯାଇଛି । ଶ୍ରୀଅନ୍ନ (ମିଲେଟ୍)ର ପ୍ରୋତ୍ସାହନ ପାଇଁ ରାଜ୍ୟ କୃଷି ବିଭାଗର ନିରନ୍ତର ସହଯୋଗ ଏବଂ ସମର୍ଥନ ଆଗାମୀ ଦିନରେ ଜାରି ରହିବ ବୋଲି ମନ୍ତ୍ରଣାଳୟ ଆଶାବାଦୀ ।

Leave A Reply

Your email address will not be published.