“ମେଗା ଜଳସେଚନ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ହେବା ଉଚିତ’ :ମନ୍ତ୍ରୀ ଶ୍ରୀ ପୂଜାରୀ

6
  • ସମ୍ଭାବ୍ୟ ବର୍ଷା ଓ ଚାଷର ସ୍ଥିତି ସମ୍ପର୍କରେ ସମୀକ୍ଷା

  • “ରାଜ୍ୟରେ ବର୍ଷାର ସ୍ଥିତି ଖୁବ୍ ଉଦବେଗଜନକ’

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବର୍ଷା ଓ ଚାଷର ସ୍ଥିତି ସଂପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତିା ପାଣିପାଗ ବିଭାଗର ପୂର୍ବାନୁମାନ ସମ୍ପର୍କିତ ସତର୍କ ସୂଚନା ଜନସାଧାରଣ ତଥା କୃଷକମାନଙ୍କ ନିକଟରେ କିପରି ଏହାର ବିଶ୍ୱସନୀୟତା ବୃଦ୍ଧି କରାଯାଇପାରିବ ସେ ଦିଗରେ ଦୃଷ୍ଟିଦେବା ଉଚିତା ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀ ଆଜି ଧାନର ତଳି ପକାଇ ପାରୁନାହିାଁ ପାଣିର ଅଭାବ ଦେଖାଦେଇଛିା
ରାଜ୍ୟର ଅଧିକାଂଶ ସ୍ଥାନରେ ମେଗା ଜଳସେଚନ ପ୍ରକଳ୍ପ ଓ ଉଠା ଜଳସେଚନ ପ୍ରକଳ୍ପରେ ଜଳ ନାହିାଁ ମେଗା ଜଳସେଚନ ଓ ଉଠା ଜଳସେଚନ ପ୍ରକଳ୍ପ କେତେ ଅଞ୍ଚଳ ପରିମିତ ଜମିକୁ ଜଳସେଚନ ଯୋଗାଇ ପାରିବ ଓ ବାସ୍ତବରେ କେତେ ଅଞ୍ଚଳକୁ ଜଳ ଯୋଗାଇ ଦିଆଯାଇଛି ସେ ସମ୍ପର୍କରେ ତର୍ଜମାର ଆବଶ୍ୟକତା ଦେଖାଦେଇଛିା ପଶ୍ଚିମ ଓଡ଼ିଶାର ବହୁତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ କରୁନାହିାଁ ସେ ସବୁର କାର୍ଯ୍ୟକାରିତା ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତିା
ପାଣିପାଗର ପୂର୍ବାନୁମାନ ସମ୍ପର୍କରେ ଚାଷୀମାନେ ଅବଗତ ହେଉଛନ୍ତି ନା ନାହିାଁ ଏହା ଦ୍ୱାରା କେତେ ଚାଷୀ ଉପକୃତ ହେଉଛନ୍ତି, ସେ ଦିଗରେ ଦୃଷ୍ଟିଦେବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲୋ ସେହିପରି କୃଷି ବିଭାଗ, ଜଳସମ୍ପଦ ବିଭାଗ ଓ ସମବାୟ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଦ୍ୱାରା ହିଁ ଚାଷ ଓ ଚାଷୀକୁଳର ଉନ୍ନତି ହୋଇପାରିବ ବୋଲି ସେ ମତପ୍ରକାଶ କରିଛନ୍ତିା କୃଷିବୀମା କ୍ଷେତ୍ରରେ ଫସଲହାନି ଯୋଗୁ ଚାଷୀମାନେ ସଠିକ୍ ଭାବେ କୃଷିବୀମା ଦ୍ୱାରା ସଠିକ ଭାବେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତିା ସାର ଓ ବିହନସବୁ କିପରି ସୁବ୍ୟବସ୍ଥିତ ଭାବରେ ଚାଷୀମାନଙ୍କ ନିକଟରେ ପହଞ୍ଚାଯାଇ ପାରିବ ସେ ସଂପର୍କରେ ଗୁରୁତ୍ୱାରୋପ କରିଥିଲୋ
ଏବେ ରାଜ୍ୟର ୩୧୪ଟି ବ୍ଲକ୍ରେ ବୃଷ୍ଟି ମାପକ ଯନ୍ତ୍ର ରହିଥିବାବେଳେ ଆଗାମୀ ଦିନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଏହି ବ୍ୟବସ୍ଥା କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛିା
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, କୃଷି ନିର୍ଦ୍ଦେଶକ ଓ ଭାରତୀୟ ପାଣିପାଗ କେନ୍ଦ୍ରର ରାଜ୍ୟ ନିର୍ଦ୍ଦେଶିକା ପ୍ରମୁଖ ଉପସ୍ଥିତ ଥିଲୋ

Leave A Reply

Your email address will not be published.