କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଅଧିକାରୀଙ୍କୁ ରାଜ୍ୟ ମୁଖ୍ୟାଳୟ ଆସିବା ମନା -କୃଷି ସଚିବ

6

ଉଲ୍ଲଙ୍ଘନ କଲେ ସେବା ଆଚରଣ ବିଧିରେ ଦଣ୍ଡିତ ହେବେ ଅଧିକାରୀ

ଭୁବନେଶ୍ୱର: ଅଧିକାରୀଙ୍କ ବଦଳି ସମ୍ପର୍କିତ ଅଭିଯୋଗ ନେଇ ଅନେକ ଅଧିକାରୀ ରାଜ୍ୟ ମୁଖ୍ୟାଳୟକୁ ବାରମ୍ବାର ଆସୁଥିବା ବିଭାଗର ଦୃଷ୍ଟିଗୋଚର ହେଉଛିା ପୂର୍ବରୁ ଏ ସଂକ୍ରାନ୍ତରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ କି ବିଭିନ୍ନ ଜିଲ୍ଲା ବା କ୍ଷେତ୍ର ଅଧିକାରୀମାନେ କୌଣସି ଅଭିଯୋଗ/ ନିବେଦନ ପାଇଁ ସେମାନଙ୍କର ନିର୍ଦ୍ଧାରିତ ମୁଖ୍ୟାଳୟ ଛାଡିବା ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ନିଶ୍ଚିତ ରୂପେ ଅନୁମତି ପତ୍ର ନେଇ ଆସିବୋ ସେହିପରି ଯେ କୌଣସି ଅଭିଯୋଗ ପତ୍ର ବିଭାଗୀୟ ଇ-ମେଲ ଅଥବା ଉପଯୁକ୍ତ ଚ୍ୟାନେଲ୍ ମାଧ୍ୟମରେ ପଠାଇଲେ ତାହା ବ୍ୟକ୍ତିଗତ ଯୋଗ୍ୟତା ଏବଂ ସରକାରୀ ନୀତି ଆଧାରରେ ସମାଧାନ କରାଯାଇ ପାରିବା
ବିଭାଗ ପ୍ରତି ସୋମବାର ଅଭିଯୋଗ ପ୍ରକୋଷ୍ଠ ଆୟୋଜନ କରିଥାଏ ଏବଂ କୃଷକଙ୍କ ସମେତ ଅଧିକାରୀ ଓ ଅଣଅଧିକାରୀମାନେ ସମସ୍ୟାର ସମାଧାନ ପାଇଁ ଗସ୍ତ କରି ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରିଥାନ୍ତିା ପ୍ରମୁଖ ଶାସନ ସଚିବ ଡ. ପାଢୀ କହିଛନ୍ତି ଯେ ଆମେ ଏକ ପ୍ରଭାବଶାଳୀ ଢଙ୍ଗରେ ପ୍ରତ୍ୟେକ ଆବେଦନର ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରୁଛୁା ମାତ୍ର କିଛି ଅଧିକାରୀ ବଦଳି ମାମଲା ସମ୍ବନ୍ଧରେ ରାଜ୍ୟ ମୁଖ୍ୟାଳୟକୁ ବାରମ୍ବାର ଗସ୍ତ କରୁଛନ୍ତି ଯାହା ପୂର୍ବ ନିର୍ଦ୍ଦେଶର ଘୋର ଉଲଙ୍ଘନ କରୁଛିା ତେଣୁ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ଜିଲ୍ଲାର ଅଧିକାରୀଙ୍କୁ ଭୁବନେଶ୍ୱର ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଡ. ପାଢୀ କଡା ନିର୍ଦ୍ଦେଶ ଦେଇଛନ୍ତିା
ଖରିଫ ଫସଲ ଋତୁ ଆଗେଇ ଆସୁଥିବାରୁ ସେବା କ୍ଷେତ୍ରରେ ଚାଷୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ନିଜ ନିଜ ଷ୍ଟେସନରେ କ୍ଷେତ୍ର ଅଧିକାରୀଙ୍କ ଉପସ୍ଥିତି ଅଧିକ ଗୁରୁତ୍ୱପୂର୍ଣ୍ଣା ଏହାକୁ ବିଭାଗର ଅଧିକାରୀମାନେ ନିଶ୍ଚିତ ଭାବେ ଧ୍ୟାନ ଦେବା ଜରୁରୀା
ବଦଳି ମାମଲାରେ କୌଣସି ବାହ୍ୟ ପ୍ରଭାବ ବା ଚାପ ପ୍ରୟୋଗ ନ କରିବାକୁ ଡ. ପାଢ଼ୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତିା ଏପରି କରିବା ଦ୍ୱାରା ସେମାନେ ସମ୍ପୃକ୍ତ ସରକାରୀ ସେବା ଆଚରଣ ନିୟମର କବଳରୁ ବର୍ତ୍ତି ପାରିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତିା

Leave A Reply

Your email address will not be published.