ମା ନାରାୟଣୀ ମନ୍ଦିର ପ୍ରତି ପ୍ରଶାସନିକ ଅବହେଳା

6

ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ ର ଅନତି ଦୂରରେ ଅବସ୍ଥିତ ମା ନାରାୟଣୀ ମନ୍ଦିର। ଉକ୍ତ ମନ୍ଦିର ଟି ଭୌମକର ବଂଶୀୟ ରାଜାଙ୍କ କୀର୍ତ୍ତି । ଖ୍ରୀଷ୍ଟୀୟ ନବମ ଶତାବ୍ଦୀର ଉତ୍ତରାର୍ଦ୍ଧରୁ ଦଶମ ଶତାବ୍ଦୀର ପୂର୍ବାର୍ଦ୍ଧ ରେ ମନ୍ଦିର ଟି ନିର୍ମିତ ହୋଇଥିବାର ଇତିହାସରୁ ଜଣାପଡ଼େ। ଏହା ଶକ୍ତି ପୀଠର ମହିମା ସର୍ବତ୍ର ପ୍ରଚାରିତ ହୋଇ ଥିବା ବେଳେ ଏବେ ଏଠାକାର ପ୍ରଶାସକ ମାନଙ୍କ ଅବହେଳା ଯୋଗୁଁ ଦର୍ଶକ ମାନେ ବହୁତ ଅସୁବିଧା ର ସମୁଖୀନ ହେଉଛନ୍ତି ବୋଲି ପୂଜକ ମାନେ ନିଜର ମତପ୍ରକାଶ କରିଛନ୍ତି । ଏପରି ପ୍ରେକ୍ଷି ରେ କହିବାକୁ ଗଲେ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ନାରାୟଣୀ ମନ୍ଦିର ପର୍ଯ୍ୟନ୍ତ ରୋଡର ଅବସ୍ଥା କହିଲେ ନସରେ। ତାସାଙ୍ଗକୁ ମନ୍ଦିର ର ଯେଉଁ ଉନ୍ନତିମୂଳକ କାର୍ଯ୍ୟକ୍ରମ ତଥା ମନ୍ଦିର ନିର୍ମାଣ , ଶୋୱଚାଳୟ , ପାଣି କୁଣ୍ଡ ର ପଙ୍କୋଦ୍ଧାର କାର୍ଯ୍ୟକ୍ରମ ଚାଲିବା ର ପରିଲକ୍ଷିତ ହେଉଛି । ହେଲେ ମନ୍ଦିର ଟ୍ରଷ୍ଟ କିମ୍ବା ଦେବୋତ୍ତର ବିଭାଗର କାର୍ଯ୍ୟରତ ପ୍ରଶାସକ ମାନଙ୍କ ଅବହେଳା ଦେଖିବାକୁ ମିଳିଛି। ମନ୍ଦିର ର ନିର୍ମାଣ ଶୈଳୀ ଉପରେ କାହାର ନଜରକୁ ଆସିଲା ଭଳି ମନେହୁଏ ନାହିଁ। ଖବର ନେବାରୁ ଜଣାପଡିଛି ଯେ, ମନ୍ଦିର ର ଉନ୍ନତି କରଣ କାମ ପାଇଁ ଏକ କୋଟି,ଅଣଷଠିଲକ୍ଷ ମଞ୍ଜୁର ହୋଇଛି।
ମାତ୍ର ଯେଉଁ କାମ ଚାଲିଛି ଏହାର ପର୍ଯ୍ୟବେକ୍ଷକ କେହି ନାହାନ୍ତି ବୋଲି ଜଣାପଡିଛି। ଏଠାକାର ପୂଜକ ମାନେ ନିଜର କର୍ତ୍ତବ୍ୟରତ ଥିଲେ ମଧ୍ୟ ଟ୍ରଷ୍ଟ ସେମାନଙ୍କର ପ୍ରତି ଅବହେଳା ପ୍ରଦର୍ଶନ କରିଆସୁଛନ୍ତି ବୋଲି ଜଣାପଡିଛି। ସେମାନଙ୍କ କଥାବାର୍ତ୍ତା କୁ ଗୁରୁତ୍ଵ ଦେଉନାହାନ୍ତି ବୋଲି ସେମାନେ ନିଜର ମତପୋଷଣ କରିଛନ୍ତି।

Leave A Reply

Your email address will not be published.