ରକ୍ତ ଶିକୁଳି ସଚେତନତା କାର୍ଯ୍ୟକ୍ରମ

6

ପଦ୍ମପୁର :- ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ପରିସର ରେ ବିଶ୍ୱ ରକ୍ତ ଶିକୁଳି ସଚେତନତା ପରିପ୍ରେକ୍ଷୀରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ କ୍ରମରେ ଆଜି ନବମ ଦିବସରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପଦମପୁର ସରକାରୀ ଡ଼ାକ୍ତରଖାନା ର ବରିଷ୍ଠ ମେଡିସିନ ବିଶେଷଜ୍ଞ ଡ଼ା ଯଦୁମଣି ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇ ରକ୍ତ ଶିକୁଳି ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ବିଶଦ ଭାବରେ ଆଲୋଚନା କରିଥିଲେ। ଅଧ୍ୟାପିକା ସୁଶ୍ରୀ ସଂଗୀତା ଗୌନ୍ତିଆ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ରକ୍ତ ଶିକୁଳି ସଚେତନତା କାର୍ଯ୍ୟକ୍ରମ ଜୁନ ୧୯ ରୁ ଆରମ୍ଭ ହୋଇଛି ଓ ଏହା ଜୁଲାଇ ମାସ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.