ମୁନିଗୁଡ଼ା ରେଞ୍ଜ ର ପାଣି ମୁଣ୍ଡା ଗ୍ରାମରେ ହାତୀ ପଲଙ୍କ ଉପଦ୍ରବ୍ୟ ଓ ତାଣ୍ଡବ

5

ରାୟଗଡ଼ା :ହାତୀ ପଲ ୧୮ ଜଣଙ୍କ ଘର ଦ୍ଵାର ଭାଙ୍ଗି ଧାନ ମାଣ୍ଡିଆ ଚାଉଳ ଖାଇବା ପରେ ଉପଦ୍ରବ୍ୟ ମଚାଇ କଲେ ତାଣ୍ଡବ , ହାତୀ ପଲ ଙ୍କୁ ନେଇ ଲୋକ ମାନଙ୍କ ମଧ୍ୟରେ ଭୟଭିତ। ଏଭଳି ହୋଇଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ରେଞ୍ଜ ର ଅଧୀନସ୍ଥ ଶିବପଦର ପଞ୍ଚାୟତ ଅନ୍ତର୍ଗତ ପାଣି ମୁଣ୍ଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ୧୧ – ଟା ସମୟରେ ଗ୍ରାମ ବାସୀ ଶୋଇଥିବା ବେଳେ,। ହାତୀ ପଲ ଗର୍ଜନ କରି ହଠାତ୍ ଗ୍ରାମ ଭିତରକୁ ପଶି ଆସିବା ଦେଖି ଶବ୍ଦ ଶୁଣି । ଲୋକ ମାନେ ବିଦ୍ୟୁତ ଆଲୁଅ ଲିଭାଇ ଘରଦ୍ଵାର ଛାଡି ଅନ୍ୟ ପଡୋଶୀ ଛାତ ଘର ମାନଙ୍କୁ ଯାଇ ଛୁଆ ପିଲା ସହିତ ସକାଳ ୬ ଟା ପର୍ଯ୍ୟନ୍ତ ଲୁଚି ଯିବନ ବଞ୍ଚାଇ ଥିଲୁ। ବୋଲି କ୍ଷୟକ୍ଷତି ହୋଇଥିବା ବ୍ୟକ୍ତି ମାନେ କହିଥିଲେ। ଉକ୍ତ ଏହି ହାତୀ ପଲ କାଜୁ ଗଛ କାନ୍ଥ ବାଡ଼ ଲେଟ୍ରିନ୍ ଧାନମିଲ ଆଜବେଷ୍ଟ ଘରଦ୍ଵାର ଭାଙ୍ଗି ଲୋକଙ୍କ ଚାଉଳ ମାଣ୍ଡିଆ ଧାନ ଜଡ଼ା ବିରୀ ଡ଼ାଲି କୋଳଥ ଶାଗ ଲୁଣ,ଶୁଖୁଆ ମାଛ ଗ୍ୟାସ ସିଲିଣ୍ଡର ଚୁଲା ନଷ୍ଟ କରିବା ସହିତ ଲୁଗା ପଟା ଇତ୍ୟାଦି ସବୁ ଫିଙ୍ଗା ଫିଙ୍ଗି କରି ବାସନ କୁଶନକୁ ଓ ମଟର ସାଇକେଲ ଭଙ୍ଗାରୁଜା କରି ଗୋଡ଼ରେ ତଲେ ଚକୁଡି ନଷ୍ଟ କରି ଥିବା ଗ୍ରାମବାସୀ କହିଛନ୍ତି।
Image ଏହି ଖବର ପାଇ ମୁନିଗୁଡ଼ା ରେଞ୍ଜ ବିଭାଗର ବନ୍ୟାଞ୍ଚଳ ଅଧିକାରୀ ଅନୀଲ କୁମାର ବାଲା ଓ ମୁନିଗୁଡା ଫରେଷ୍ଟର ପ୍ରୋମୋଦୀନୀ ମାଣ୍ଡାଙ୍ଗୀ, ଉକ୍ତ ପାଣି ମୁଣ୍ଡା ଗ୍ରାମରେ ଷ୍ଟାଫ୍ କୁ ନେଇ ଦଳବଳ ସହିତ ପହଞ୍ଚି ଅନୁଧ୍ୟାନ କରି ସମୀକ୍ଷା କରିଥିବା ବେଳେ ସରକାରୀ ଅନୁକମ୍ପା ରାଶି ନିମନ୍ତେ କ୍ଷୟକ୍ଷତିର ଆକଳନ ରିପୋର୍ଟ କରି ଯାହାର ଯେତିକି ହେବ ସେତିକି ସମସ୍ତ ଙ୍କୁ ଯୋଗାଇ ଦିଆଯିବ ବୋଲି କହିଥିଲେ। ପ୍ରକାଶ ଥାଉ କି ଏହି ହାତୀ ପଲ କଲ୍ୟାଣସିଂହପୁର ଠାରୁ ଆସି ଥିବା ଓ ଆଠ ଟି ହାତୀ ଆସିଥିବା ଫରେଷ୍ଟ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ,ପାଣି ମୁଣ୍ଡା ଗ୍ରାମ ବାସୀଙ୍କ ତରଫରୁ ୧୮ ରୁ ୨୦ ଟି ହାତୀ ପଲ ଆସି ଥିବା କହିଛନ୍ତି।

Leave A Reply

Your email address will not be published.