ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁଡିକିପଦର ଗ୍ରାମର ୪ ଜଣ ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ଆନ୍ଦ୍ରା ରାଜ୍ୟର ନିଦାବୁଲ ଚିଙ୍ଗୁଡି କାରଖାନାକୁ କାର୍ଯ୍ୟକରିବାକୁ ଯାଇଥିଲେ।ସେଠାରେ ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା।ଏନେଈ ପରିବାର ଲୋକେ ଖବର ପାଇବାପରେ କାଶୀପୁର ଥାନାଅଧିକାରୀ ସୂର୍ଯ୍ୟପ୍ରକାସ ନାୟକଙ୍କୁ ଭେଟି ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ।ଏନେଇ କାଶୀପୁର ଥାନା ଅଧିକାରି ତୁରନ୍ତ ସେଠାକାର ପୋଲିସ ସହ ଯୋଗାଯୋଗ କରିବା ସହ ଚାରି ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଉଦ୍ଧାର ଶ୍ରମିକ ମାନେ ହେଲେ କୋଡିକପଦର ଗ୍ରାମର ମୋହନ ମାଝୀ,ଗୁରୁବାରୁ ମାଝୀ,ମୁନା ମାଝୀ,ଯୁଦ୍ଧିଷ୍ଟିର ମାଝୀ।ପରିବାର ଲୋକଙ୍କ ପାଖକୁ ସୁରକ୍ଷିତ ଭାବେ ପହଞ୍ଚିଥିବାରୁ ପରିବାର ଲୋକେ କାଶୀପୁର ଥାନା ଅଧିକାରିଙ୍କୁ କୃତଜ୍ଞତାଜ୍ଞାପନ କରିଥିଲେ।ଥାନାଅଧିକାରିଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.