।ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ/ଶାସକ ପ୍ରଶାସକ ::ମୟୁରଭଂଜ ଜିଲ୍ଲା ଝରପୋଖାରିଆ ଥାନା ଅନ୍ତର୍ଗତ ଝାରପୋଖରିଆ ସ୍ଥିତ ଚ୍ଛାପ୍ରା ଢାବା ନିକଟରୁ ବେଆଇନ ଆୟୁର୍ବେଦିକ କଫ ଶିରଫ ଚୋରାରେ ନେଇ ଯାଉଥିବା ବେଳେ ଧରିଲା ପୁଲିସ । ସୂଚନା ଅନୁସାରେ ଜାମଶୋଳା ପଟୁ ରାଜେଶ୍ କୁମାର ଧଡ ନାମକ ବ୍ୟକ୍ତି ଏକ ୟାମାହା ଜେଡ୍ ସ୍କୁଟି ଯାହାର ରେଜିଷ୍ଟାର୍ଡ ନମ୍ବର OD 11C-3149 ରେ ବେନୀୟମ ଭାବେ ଆୟୁର୍ବେଦିକ ମନୋ କଫ ସିରଫ୍ ପ୍ରାୟ ୯୫ ଗୋଟି ବୋତଲ ଥିବା ଗୋଟିଏ କାଟୁନ କୁ ନେଇ କୁଳିଅଣା କୁ ଯାଉଥିବା ବେଳେ ଝାରପୋଖରିଆ ପୁଲିସ ଦ୍ଵାରା ଧରାପଡିଥିଲା ।
ଧରା ପଡ଼ିବା ପରେ ପୁଲିସ ଥାନାକୁ ଆଣି ଅଭିଯୁକ୍ତ କୁ ଅଟକ ରଖିଥିଲେ । ତେବେ ଅଭିଯୁକ୍ତ ରାଜେଶ୍ ଜଣକ କୁଳିଅଣା ଗ୍ରାମର ବୋଲି ଜଣା ପଡିଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ କଫ ସିରଫ୍ କାଟୁନ,ଗୋଟିଏ ସ୍କୁଟି , ଗୋଟିଏ ଓପୋ ମୋବାଇଲ ଫୋନ ଜବତ କରିଥିବା ବେଳେ ଥାନା କେସ ନମ୍ୱର 149/24, U/S 21/24 ରେ ଏକ ମାମଲା ରୁଜୁ କରି ଝରପୋଖରିଆ ପୁଲିସ କୋର୍ଟ ଚାଲାଣ କରିଛି ।
ତେବେ ଏପରି ମାରାତ୍ମକ ଔଷଧ ବେନିୟମ ଭାବେ ଚୋରା ଚାଲାଣ ଏବଂ ଏହା ଜୀବନ ପ୍ରତି ବିପଦ ଥିବାରୁ ବୁଦ୍ଧଜୀବୀ ମହଲରେ ଏହାକୁ ନିନ୍ଦା କରାଯାଇଛି । ତେବେ ଆଗକୁ ପୋଲିସ ପ୍ରଶାସନ ଚଢ଼ାଉ ଜାରି ରଖୁଛି ନାଁ ଚୁପ୍ ହୋଇ ବସୁଛି ତାହା ଦେଖିବାକୁ ବାକି ରହିଲା।