ଅଶୋକ ସାହୁ, ଶାସକ ପ୍ରଶାସକ: .ଗୁରୁବାର ଦିନ ଅପରାହ୍ନରେ ନବରଙ୍ଗପୁର ସହରର ଏକ୍ସିସ ବ୍ୟାଙ୍କ ଛକ ଠାରୁ ଦଶହରାପଦା ରାସ୍ତା ପାର୍ଶ୍ଵରେ ଚାଲିଥିବା ଏକ ସରକାରୀ ଠିକା କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ନବରଙ୍ଗପୁର ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ପୋଲିସ ର ମିଳିତ ଚଢ଼ାଉ କରାଯାଇ ସେଠାରେ କାର୍ଯ୍ୟରତ ୩ ଜଣ ନାବାଳିକା ଶିଶୁ ଶ୍ରମିକ ଉଦ୍ଧର କରାଯାଇଛି ଏବଂ ସେମାନଙ୍କୁ ନବରଙ୍ଗପୁର ସ୍ଥିତ one stop centre ଠାରେ ସୁରକ୍ଷିତ ଭାବରେ ରଖାଯାଇଛି।୩ଜଣ ନାବାଳିକା ଶିଶୁ ଶ୍ରମିକ ପୋଡସି କୋରାପୁଟ ଜିଲ୍ଲାର ପୂଜାରିପୁଟ ଗ୍ରାମର ଏବଂ ସେମାନଙ୍କ ବୟସ ୧୨ରୁ ୧୫ ମଧ୍ୟରେ ହେବ ବୋଲି ଆକଳନ କରାଯାଉଛି। ଆସନ୍ତା କାଲି ସେମାନେ ପିତା ମାତା ଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ନାବାଳିକା ମାନଙ୍କ ପରିଚୟପତ୍ର ସହ ଉପସ୍ଥିତ ରହିବା ନିମନ୍ତେ କାର୍ଯ୍ୟରତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଆଜି ର ଏହି ଚଢ଼ାଉ ରେ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ,ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ସଦସ୍ୟ ସନ୍ତୋଷ ଷଡ଼ଙ୍ଗୀ, ପୋଲିସ ବିଭାଗ ଅଧିକାରୀ ଏବଂ ଚାଇଲଡ଼ ଲାଇନ ର କର୍ମକର୍ତ୍ତା ମାନେ ଭାଗ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.