ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନଶକ୍ତି ପରିସରଭୁକ୍ତ କରାଯିବ :ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ

5

ଭୁବନେଶ୍ୱର: ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ କେତେକ ଟ୍ରେନି ଛାତ୍ରଛାତ୍ରୀ ମଧ୍ୟରେ ସୀମିତ ନରଖି ଏହାକୁୁଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନଶକ୍ତି ପରିସରଭୁକ୍ତ କରାଯିବା ଉପରେ ଦକ୍ଷତା ବିକାଶମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତିା ଆଜି ପୂର୍ବାହ୍ନରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ବନ୍ଧରେ ପୁଂଖାନୁପୁଂଖ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀସ୍ୱାଇଁକହିଥିଲେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀଗୁଡ଼ିକରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଯୋଗଦାନ ପୂର୍ବରୁ ସେମାନଙ୍କୁ ସୁଦକ୍ଷ କରିବା ଆବଶ୍ୟକ ।କମ୍ପାନୀ ଓ ଶିଳ୍ପାନୁଷ୍ଠାନ ବୁଝାମଣାପତ୍ରରେ ଓଡ଼ିଆ ଯୁବକ ଯୁବତୀଙ୍କୁ ସେମାନଙ୍କ ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇଁ ଚୁକ୍ତିବଦ୍ଧ ହେଉଥିବାବେଳେ ଯୋଗ୍ୟ ପ୍ରାର୍ଥୀମାନେ କୁଶଳୀ ହେବାନିହାତିଜରୁରୀ । ସେଥିପାଇଁ ସେହି ପ୍ରାର୍ଥୀମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ । ସ୍ଥଳବିଶେଷରେ କମ୍ପାନୀ ଓ ଶିଳ୍ପାନୁଷ୍ଠାନଗୁଡ଼ିକୁମଧ୍ୟ ଉପଯୁକ୍ତ ଟ୍ରେନର ଓ ଭିତ୍ତିିଭୂମି ଯୋଗାଇ ଦେବା ପାଇଁ ଚୁକ୍ତି କରାଯାଇପାରିବ । ଯେଉଁ ଅଞ୍ଚଳରେ ଦକ୍ଷତା ବିକାଶ ଯେତେ ଉନ୍ନତ ସେ ଅଞ୍ଚଳରଶିଳ୍ପାନୁଷ୍ଠାନ ଓ କମ୍ପାନୀଗୁଡ଼ିକ ସେତିକି ଦକ୍ଷ । ଏଥିପାଇଁ ଭିଏତ୍ନାମ, ସୁଇଜରଲାଣ୍ଡ ଓ ସିଙ୍ଗାପୁର ଇତ୍ୟାଦି ଅଞ୍ଚଳରେ ଉତ୍ପାଦିକତା ମଧ୍ୟ ତୁଳନାତ୍ମକ ଭାବେ ଅଗ୍ରଣୀ ଭୂମିକା ନେଇପାରିଛି । ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ବ୍ୟାପକକରିଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନଶକ୍ତିସହ ଯୋଡ଼ିବା ଆବଶ୍ୟକ ।ମହାବିଦ୍ୟାଳୟସ୍ତରରେମଧ୍ୟମହାବିଦ୍ୟାଳୟଗଡ଼ିକରେ ପାଠପଢ଼ାସମୟରେଏହାରଛାତ୍ରଛାତ୍ରୀ ଓ ପାଠପଢ଼ା ସମୟ ବାହାରେ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେସାମିଲ କରାଯାଇପାରିବ । ସେହିପରି ମିଶନଶକ୍ତି ଓ ଆପ୍ରେଣ୍ଟିସିପ୍ସହ ଦକ୍ଷତା ବିକାଶ ଟ୍ରେନିଂକୁ ଯୋଡ଼ିବାର ଢେର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ।
Imageସମୀକ୍ଷାମୁତାବକ ୩୦ ଗୋଟି ଜିଲ୍ଲାର ଉଚ୍ଚଶିକ୍ଷା ଅନୁଷ୍ଠାନରେ୩୦ ଗୋଟି ସ୍କିଲ୍-ହବ ପରିଚାଳନା କରାଯିବ ।ଏଥିରେ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମ୍ପର୍କରେ ସଚେତନତା କରାଯିବା ସହ ପ୍ରଶିକ୍ଷଣ ଦିଆଯିବା ଜୁଲାଇ ୧୫ ତାରିଖରେ “”ବିଶ୍ୱ ଯୁବ ଦକ୍ଷତା ଦିବସ” ଅବସରରେ କୌଶଳରଥ ଦୁଇଗୋଟି ବସ୍ ଦ୍ୱାରା ୩୦ଟି ଜିଲ୍ଲାକୁଅତିକ୍ରମକରିବ । ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତାସୃଷ୍ଟିକରିବା ପାଇଁ କୌଶଳରଥ ଆରମ୍ଭ କରିବାକୁ ପ୍ରସ୍ତାବଅଛି ଯେଉଁଥିରେହାଇସ୍କୁଲ, ଆଶ୍ରମ ବିଦ୍ୟାଳୟ, ଶିଶୁ ଯନି ଅନୁଷ୍ଠାନ, ପିଭିଟିଜି(ପ୍ରାଚୀନଜନଜାତି) ଅଞ୍ଚଳରେ (ବଣ୍ଡା ଓ ମାଙ୍କଡ଼ିଆ ଇତ୍ୟାଦି) ଏବଂଆଇଟିଆଇ ଓ ପଲିଟେକ୍ନିକ୍ଉଚ୍ଚଶିକ୍ଷାଅନୁଷ୍ଠାନଉପରେଗୁରୁତ୍ୱ ଦିଆଯିବ । ୭ ଗୋଟି ଦକ୍ଷତା ଉପରେ ସଚେତନତା ପାଇଁସରକାରଙ୍କ ବିଭିନ୍ନ ବିବରଣୀ, ରୋଲ ମଡେଲ୍ ଓ ଉଚ୍ଚଶିକ୍ଷାସ୍କିମ୍ଏହି କୌଶଳଅନ୍ହୁଇଲ୍ରେଫୋକସ୍ ହେବ ।ସ୍ଥାନୀୟଜନପ୍ରତିନିଧି, ଅଭିଭାବକ, ଛାତ୍ରଛାତ୍ର, ପୂର୍ବତନଛାତ୍ରଛାତ୍ରୀଙ୍କୁ ଏଥିରେସାମିଲ ହେବା ପାଇଁନିମନ୍ତ୍ରଣ କରାଯିବା ଏହା ବ୍ୟତୀତସ୍ୱଳ୍ପଅବଧି ଭିତ୍ତିକ ଦକ୍ଷତା କାର୍ଯ୍ୟକ୍ରମ, ଆଇ.ଟି.ଆଇଏବଂ ପଲିଟେକ୍ନିକ୍, ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଉଚ୍ଚତର ବୈଷୟିକଶିକ୍ଷାସଂସ୍ଥାନଗୁଡ଼ିକରେ ଦିଆଯାଉଥିବା କାର୍ଯ୍ୟକ୍ରମମାନ ଦୃଶ୍ୟ-ଶ୍ରାବ ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯିବା ସ୍କିଲ୍-ଅନ୍-ହ୍ୱିଲ୍ ବା କୌଶଳରଥରେ ବିଭିନ୍ନ ପ୍ରକାର ପରିଯୋଜନା ଯଥା ବାଳିକାମାନଙ୍କ ପାଇଁସୁଦକ୍ଷା, ଅନାଥ ପିଲାଙ୍କ ପାଇଗ୍ରୀନ୍-ପ୍ୟାସେଜ୍ସ୍କିମ୍ ଓ ନୂଆ-ଓ ଏବଂ ପିଏଲ୍ଟିପି ଯୋଜନା ସଂପର୍କରେସୂଚନା ଦିଆଯିବା ଏହି କୌଶଳରଥ ଅଭିଯାନ ପାଇଁମୁଖ୍ୟମନ୍ତ୍ରୀଙ୍କଠାରୁସ୍ୱୀକୃତି ଅଣାଯିବା ଏତଦ୍ବ୍ୟତୀତ ଯୁବକମାନଙ୍କୁ ଆତିଥେୟତା ପ୍ରଶିକ୍ଷଣ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ କୌଶଳ ଭବନନିର୍ମାଣ କରାଯାଉଛିା ନିର୍ମାଣ ହେବାକୁ ଥିବା ୧୦ ଗୋଟି କୌଶଳ ଭବନମଧ୍ୟରୁ ପ୍ରଥମେ ଗୋଟିଏନିର୍ମାଣ ହେବା ଏହି ଭବନରେଯୁବକମାନଙ୍କୁ ଆତିଥ୍ୟ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ପ୍ରଥମ କୌଶଳ ଭବନନିର୍ମାଣ କରାଯାଉଛି ।ଏହି ଭବନରେ ରୋଷେଇ ବିଜ୍ଞାନ, ଖାଦ୍ୟ ଓ ପାନୀୟ, ଗୃହରକ୍ଷୀ ସେବାଏବଂଫ୍ରଣ୍ଟ ଅଫିସ୍ଆସୋସିଏଟ୍ ପାଠ୍ୟକ୍ରମରେ ପ୍ରଶିକ୍ଷଣ ପାଇଁସୁବିଧାରହିବ ।ଏହି ଭବନରେ ବାର୍ଷିକ ୪୦୫ ଜଣ ଯୁବକଙ୍କୁ ଦକ୍ଷ କରିବାର କ୍ଷମତା ରହିଛି ।
ଏହା ବ୍ୟତୀତମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ କାର୍ଯ୍ୟକ୍ରମ ଓ ପ୍ରତିଷ୍ଠାନଗୁଡ଼ିକୁର୍ୟାଙ୍କିଂ ପାଇଁଜାତୀୟ ଶୈକ୍ଷିକ ରାଙ୍କୀଙ୍ଗ ଫ୍ରେମ୍ଓ୍ୱାର୍କ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲାା
ସମୀକ୍ଷା ବୈଠକରେ ବିଭାଗର ପ୍ରମୁଖଶାସନସଚିବ ଶ୍ରୀମତୀ ଉଷା ପାଢ଼ୀ ଉପସ୍ଥିତ ରହି ଏ ସମସ୍ତ ତଥ୍ୟ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।ଅନ୍ୟମାନଙ୍କମଧ୍ୟରେ ବିଭାଗର ନିର୍ଦ୍ଦେଶିକା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.