ଗ୍ରାମ ପାଞ୍ଚାୟତ ଧଉରାଭଟା ଗ୍ରାମ ଆନୁକୂଲ୍ୟରେ 37ତମ ମାଣବସା ଲଷ୍ମୀପୂଜା 

0

ଝାରବନ୍ଧ(ଜଗଦଳପୁର)/ହେମସାଗର ସାହୁ

ପଦ୍ମପୁର ଉପଖଣ୍ଡ ଜଗଦଲପୁର ଗ୍ରାମ ପାଞ୍ଚାୟତ ଧଉରାଭଟା ଗ୍ରାମ ଆନୁକୂଲ୍ୟରେ 37ତମ ମାଣବସା ଲଷ୍ମୀପୂଜା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବକୁ ପୁଟୁକା ଗ୍ରାମର ଗଉତିଆ ଶ୍ରୀଯୁକ୍ତ ଗୋପବନ୍ଧୁ ସାହୁଙ୍କ କରକମଲରେ ଶୁଭ ଉତଘାଟିତ ହୋଇଯାଇଛି। ଉକ୍ତ ଉତ୍ସବରେ ଜଗଦଲପୁର ଗ୍ରାମପଞ୍ଚାୟତ ର ଯୋଗାଣ ସହାୟକ ଶ୍ରୀଯୁକ୍ତ ଲଷ୍ମୀନାରାୟଣ ଲୁହାର, ପୂଜାକମିଟୀ ର ସଭାପତି ଆନନ୍ଦ ନାୟକ,ଉପସଭାପତି ଶ୍ରୀଯୁକ୍ତ ରୁଷଭ ପ୍ରଧାନ,ସଂପାଦକ ପରକ୍ଷିତ ପ୍ରଧାନ, ମଞ୍ଚପରିଚାଳନା କୈଳାସ ପ୍ରଧାନ ଓ ସୁବଳ ହାତୀ ,ମୁରାଶୁର କାର୍ଯ୍ୟକ୍ରମ ର ସହାୟକ- ଉତ୍ତର ନାୟକ,ଲିଙ୍ଗରାଜ ପ୍ରଧାନ, ଯୋଗେଶ୍ୱର ପ୍ରଧାନ, ତନ୍ତିପାଲ ଛତର,ସୌକିଲାଲ ନାୟକ,ଏବଂ ଗ୍ରାମବାସୀ ବୃନ୍ଦ।ଏହି ଉତ୍ସବଟୀ ଗ୍ରାମାଂଚଳ ରେ ଚହଳ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିଛି ଧରିତ୍ରୀ ଅପେରା ଏବଂ ମୁରାଶୁର ଦରବାର।

Leave A Reply

Your email address will not be published.