-
କ୍ଷେତ୍ରସ୍ତରରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ
-
ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ମୁଖ୍ୟତଃ ଗରିବ ଜନସାଧାରଣଙ୍କ କଲ୍ୟାଣ ପାଇଁ ନୂତନ ସରକାର ସଂକଳ୍ପବଦ୍ଧା ଗରିବ ଲୋକମାନଙ୍କର ସମସ୍ୟା ଦୂରକରି ସେମାନଙ୍କ ମୁହଁରେ ହସ ଫୁଟାଇବା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରଧାନ ଆଭିମୁଖ୍ୟ ହେବା ଉଚିତା ବିତ୍ତ ଆବଣ୍ଟନ ଓ ଦାରିଦ୍ର୍ୟ ଦୂରୀକରଣ ଦୃଷ୍ଟିକୋଣରୁ ଏହି ବିଭାଗ ସରକାରଙ୍କ ଏକ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗା ନୂତନ ସରକାରଙ୍କ ସଂକଳ୍ପ ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ମୁଖ୍ୟତଃ କ୍ଷେତ୍ର ଅଧିକାରୀମାନେ ସରକାରଙ୍କ ନ୍ୟସ୍ତ ଦାୟିତ୍ୱକୁ ସଠିକ ରୂପେ ନିର୍ବାହ କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ପରାମର୍ଶ ଦେଇଛନ୍ତିା
ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ନାୟକ କହିଲେ ଯେ ଦାଦନ ସମସ୍ୟା ରାଜ୍ୟର ଏକ ପ୍ରମୁଖ ସମସ୍ୟାା ଏହି ସମସ୍ୟାକୁ ନୂତନ ସରକାର ବହୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତିା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ଦାଦନପ୍ରବଣ ଅଞ୍ଚଳଗୁଡ଼ିକରେ ନିଷ୍ଠାର ସହ ପହଞ୍ଚାଇବା ପାଇଁ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଛନ୍ତିା
ନବନିଯୁକ୍ତ ମନ୍ତ୍ରୀ ଶ୍ରୀ ନାୟକ ଖଣ୍ଡପଡ଼ା ଗସ୍ତରେ ଯାଇଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ପାନୀୟ ଜଳ ସମସ୍ୟା ସଂପର୍କରେ ଅବଗତ କରାଇଥିଲୋ ସେ ଅଞ୍ଚଳକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା ସେହିପରି ରାଜ୍ୟର କିଛି ଅଞ୍ଚଳରେ ଲୋକମାନେ ପାନୀୟ ଜଳର ଅପବ୍ୟବହାର କରୁଛନ୍ତିା ତା’ଫଳରେ ଅନେକ ଲୋକ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତିା ତେଣୁ ପାନୀୟ ଜଳ ଅପବ୍ୟବହାର ରୋକିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତିା
ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ନାୟକ ବିଭାଗରେ ପହଞ୍ଚିବା ପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ବିଭାଗ ପକ୍ଷରୁ ଦାରିଦ୍ର୍ୟ ଦୂରୀକରଣ, ନିଯୁକ୍ତି ସୃଷ୍ଟି, ମୌଳିକ ସେବା, ଭିତ୍ତିଭୂମି ବିକାଶ, ଦକ୍ଷତା ବିକାଶ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲୋ
ବିଭାଗୀୟ ନିର୍ଦ୍ଦେଶକମାନେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ), କେନ୍ଦ୍ର ତଥା ରାଜ୍ୟର ଅନୁଦାନ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଆନୁକୂଲ୍ୟରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ, ଓର୍ମାସ୍ ଆନୁକୂଲ୍ୟରେ ବିଭିନ୍ନ ବିପଣନ କାର୍ଯ୍ୟକ୍ରମ ଯଥା ଶକ୍ତି ଗାଁ ପ୍ରକଳ୍ପ, ପ୍ରଦର୍ଶନୀ ଆୟୋଜନ, ଗ୍ରାମୀଣ ଉତ୍ପାଦ ବିକି୍ର, ଡିଡିୟୁ-ଜିକେଓ୍ୱାଇ ସମ୍ବନ୍ଧରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲୋ
ସରକାରଙ୍କ ଶତାଧିକ ଯୋଜନା କାର୍ଯ୍ୟକାରୀ ହେଉଛି କିନ୍ତୁ କ୍ଷେତ୍ର ସ୍ତରରେ ଆଶା ଅନୁଯାୟୀ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରହୁ ନଥିବାରୁ ଯୋଜନା ସଫଳ ହୋଇପାରୁ ନାହିାଁ ସେଥି ପ୍ରତି ଯନିବାନ ହେବା ପାଇଁ ମନ୍ତ୍ରୀ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା
ଏହି ବୈଠକରେ ଓର୍ମାସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ଶ୍ରୀ ବିିନୀତ ଭରଦ୍ୱାଜ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ଦାସ, ପଞ୍ଚାୟତିରାଜ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ୱାଇଁ, ଏସ୍ଆଇଆର୍ଡି ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା ଓ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲୋ