ବାଲୁଗାଁ (ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା ମୃତ ବାଳକ ର ନାମ ଶକ୍ତି ପ୍ରସାଦ ବାରିକ, ବାପା ମାଧବ ବାରିକ ଙ୍କ ଦୁଇପୁଅ ସାନପୁଅ ମୂତ ଶକ୍ତି ପ୍ରସାଦ ବାରିକ ବୟସ ମାତ୍ର ପନ୍ଦର ରୁ ଷୋହଳ ବୟସ ଭିତରେ ଦଶମ ରେ ପ୍ରଥମ ଶ୍ରେଣୀର ପାସ କରି ମହା ବିଦ୍ୟାଳୟ ରେ ନାମ ଲେଖାଇ ଥାନ୍ତେ, କିନ୍ତୁ ଦଇବ ଦୃଭାଗ୍ୟ ଦେଖିବାକୁ ମିଳିଛି l ନିଜ ଗ୍ରାମର ପୋଖରୀକୁ ମାଧବ ବାରିକ ଙ୍କ ସାନପୁଅ ଗାଧୋଇବାକୁ ଆସିଥିଲେ, ତାଙ୍କ ଗୋଡ଼ ଖସିଯିବାରୁ ପହଁରି ନପାରି ପାଣିପିଇ ଦେଇଥିଲେ l ଗ୍ରାମର କିଛିଲୋକ ଲୋକେ ଦେଖିବା ପୂର୍ବର ଲିଭିଯାଇଥିଲା ତାଙ୍କ ଜୀବନଦୀପ ଦେଖି ତାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି l ଏହି ମୃତ୍ୟୁ ଖବର ପାଇଁ ବାପା ମାଆ ଓ ବନ୍ଧୁ ବାନ୍ଧବ ଦୁଃଖରେ ଭାଙ୍ଗି ପଡିଛନ୍ତି l କlନ୍ଦବୋବାଳିରେ ଫାଟିପଡିଛି ମେଡିକାଲ ପରିସରରେ l କେତେ ଆଶା କରିଥିଲେ ବାପା ମାଆ ମୋପୁଅ ଭଲ ମାର୍କ ରଖି ପ୍ରଥମ ଶ୍ରେଣୀ ରେ ଦଶମ ପାସ ହୋଇଛି l କଲେଜ ଯିବ, ପାଠ ପଢି ଚାକିରୀ କରିବ ବଡ଼ ମଣିଷ ହେବ ବାପା ମାଆ ନାଁ ଟେକ ରଖିବା ହେଲେ ଏମିତି ଦୁଃଖ ଆସିବ ବୋଲି କେହିବି ବିଶ୍ୱାସ କରିନଥିଲେ l ମାଧବ ବାରିକ ଜଣେ ମିସ୍ତ୍ରୀ ଗରିବ ଶ୍ରେଣୀର କାମ କରି ଯାହା ରୋଜଗାର କରନ୍ତି ସେଥିରେ ଦୁଇ ପୁଅ, ଧର୍ମ ପତ୍ନୀ, ଚଳନ୍ତି l ଏହି ଦୁଃଖଦ ଖବର ପାଇଁ ଗାଁ ଲୋକେ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛିl