ପି ଏମ୍ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତି ହସ୍ତାନ୍ତର ଉତ୍ସଵ ଦିବସ ପାଳନ

6

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ::ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ପରିସର ବୈଠକ ଗୃହରେ ପି ଏମ୍ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତି ହସ୍ତାନ୍ତର ଉତ୍ସଵ ଦିବସ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ତଥା ବରିଷ୍ଠ ବୈଜ୍ଞାନିକା ସୁଶ୍ମୀତା ମହାନ୍ତି , ବୈଜ୍ଞାନିକ ରାଜୀବ ଟୁଡୁ , ନାରାମ ରାମୁ , ପରିମଳ ତରାଇ , ମଧୁମିତା ଷଡ଼ଙ୍ଗୀ , ହିମାଦ୍ରୀ ବାଗ୍ ପ୍ରମୁଖ ମଞ୍ଚାସିନ ଥିବାବେଳେ , ଗୁଣପୁର ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରାୟ ୧୦୦ ଜଣ ଚାଷୀ ଉପସ୍ଥିତ ଥିଲେ । ଉତ୍ତର ପ୍ରଦେଶର ବାରଣାସୀ ଠାରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ଜରିଆରେ ପି ଏମ୍ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତି ଭାରତର ୯ କୋଟି ୨୬ ଲକ୍ଷ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ହସ୍ତାନ୍ତର କରିବା ସହ କୃଷି ସଖିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଫଳରେ ଚାଷୀଙ୍କ ଗହଣରେ ଖୁସିର ଲହରି ଖେଳି ଯାଇଥିଲା। ଏହି ଅବସରରେ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ସୁଶ୍ମୀତା ମହାନ୍ତି ଚାଷୀ ମାନଙ୍କୁ ପି ଏମ୍ କିଷାନ ସମ୍ମାନ ନିଧି ସମ୍ବନ୍ଧରେ ବୁଝାଇଥିଲେ ।

 

Leave A Reply

Your email address will not be published.