ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ଚଢ଼ାଉରେ ଦେଶୀ ରନ୍ଧାମଦ ଜବତ ଓ ଦୁଇ ଅଭିଯୁକ୍ତ ଗିରଫ

6

 ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ . କମଳଲୋଚନ ମିଶ୍ର ଙ୍କ ନିର୍ଦେଶ କ୍ରମେ ତଥା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦେଶ କ୍ରମେ, ନବରଙ୍ଗପୁର ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତଖ୍ୟ ତତ୍ୱା ଅବଧାନ ରେ ତଥା ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ସୁଜିତ ନାଗ ଙ୍କ ନେତୃତ୍ୱ ରେ କୋଡୀଙ୍ଗା ଥାନା ଅନ୍ତର୍ଗତ, ଡୁମୁରମୁଣ୍ଡା ଯଙ୍ଗଲ ରାସ୍ତା ରେ ଚିରମା ଗ୍ରାମର ଭଗବାନ ଚଲନ ଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ ଓ 60 (ଷାଠିଏ) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଜବତ କରିଛନ୍ତି ଏବଂ ଏହି ରାସ୍ତା ରେ ଗୁଣନିଧି ବିଷୋୟୀ ଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ ଓ 50 (ପଚାଶ) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ସୁଜିତ ନାଗ ଜବତ କରି ଆସାମୀ ମାନଙ୍କୁ ମାନ୍ୟବର କୋର୍ଟ କୁ ପଠାଇଛନ୍ତି. ଏହି ଚଢ଼ାଉରେ ସହ ଉପ ନିରୀକ୍ଷକ ତ୍ରିନାଥ ସଉରା ସିପାହୀ ରଞ୍ଜି ଜାନି, ସୁଧାଂଶୁ ଶେଖର ବାଘ, ଉମେଶ ହରିଜନ, ରଂଜିତ ସିଂ, ଦେବେନ୍ଦ୍ର ସମରଥ ଓ ଛତ୍ର ଗଣ୍ଡ ପ୍ରମୁଖ ସହଯୋଗ କରିଥିଲେ.

Leave A Reply

Your email address will not be published.